ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶ ସହର ଗୁଡିକର ନାଁ ପରିବର୍ତ୍ତନ ପକ୍ରିୟା ଜାରି ରହିଛି । ଇଲାହାବାଦ ପ୍ରୟାଗରାଜ ହେବା ପରେ ଏବେ ଅଲିଗଢକୁ ହରିଗଢ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହି କ୍ରମରେ ନବଗଠିତ ଜିଲ୍ଲା ପଞ୍ଚାୟତ ବୋର୍ଡ ବୈଠକରେ ଜିଲ୍ଲା ପଞ୍ଚାୟତ ସଦସ୍ୟ କୋହରୀ ସିଂହ ଏବଂ ଉମେଦ ଯାଦବ, ଅଲିଗଢର ନାଁ ହରିଗଢ କରିବାର ପ୍ରସ୍ତାବ ଦେଇଛନ୍ତି ।
ଏହାବ୍ୟତିତ ଅଖିଳ ଭାରତୀୟ କ୍ଷତ୍ରୀୟ ମହାସଭା,ରାଜା ବଲୱନ୍ତ ସିଂଙ୍କ ନାମରେ ଦ୍ୱାର କରିବା ପାଇଁ ଅପିଲ କରିଛନ୍ତି । ସେହିପରି କିଛି ବିଜେପି ନେତାମାନେ ,ଧନୀପୁର ମିନି ଏୟାରପୋର୍ଟର ନାଁ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ନାମରେ ରଖିବା ପାଇଁ ଦାବି କରିଛନ୍ତି ।