ଅହମଦାବାଦ(ଏଟିଆର ବ୍ୟୁରୋ): ଗୁଜୁରାଟର ଅହମଦାବାଦ ରାସ୍ତାରେ ଦେଖାଯିବନି ବୁଲା କୁକୁର, ସିଲ୍ ହେବ ପାନ ଦେକାନ । ଆସନ୍ତା ଫେବୃଆରୀ ୨୪ ଓ ୨୫ ତାରିଖରେ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏହି ସମୟରେ ଟ୍ରମ୍ପ ଗୁଜୁରାଟ ଅହମଦାବାଦ ଗସ୍ତ କରିବେ । ଏହାକୁ ନେଇ ଅହମଦାବାଦରେ ଜୋର ଦାରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଟ୍ରମ୍ପଙ୍କ ଗସ୍ତ ସମୟରେ ରାସ୍ତାରେ ବୁଲା କୁକୁର, ଗାଇଗୋରୁ ଦେଖାଯିବେନି । ଏହା ସହ ରାସ୍ତା କଡରେ ଥିବା ପାନ ଦୋକାନକୁ ସିଲ କରାଯିବ । ପୂର୍ବରୁ ଟ୍ରମ୍ପଙ୍କର ଗସ୍ତକୁ ନେଇ ବସ୍ତି ଅଞ୍ଚଳକୁ ଲୁଚାଇବା ପାଇଁ ପାଚେରି ନିର୍ମାଣ କରାଯାଇଛି । ଏହା ସହ ରାସ୍ତାକୁ ସ୍ୱଚ୍ଛ କରାଯାଇଛି ।
ଏଥିପାଇଁ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଟ୍ରମ୍ପ ଗସ୍ତକୁ ନଜରରେ ରଖି ଗୁଜୁରାଟ ସରକାର ଓ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ପୂର୍ବରୁ ୨୦୧୫ରେ ଆମେରିକା ମନ୍ତ୍ରୀ ଥିବା ଜନ କେରି ଗୁଜୁରାଟର ଏକ କାର୍ଯ୍ୟକ୍ରମ ଯୋଗ ଦେବା ସମୟରେ ତାଙ୍କ ଗାଡି ସାମ୍ନାରେ ଏକ କୁକୁର ପଶି ଆସିଥିଲା । ତେବେ ଟ୍ରମ୍ପ ଗସ୍ତ ସମୟରେ ଯେପରି ଏଭଳି ଲଜ୍ୟାଜନକ ଘଟଣା ନ ଘଟେ ସେଥିପାଇଁ ଏପରି ପଦକ୍ଷେପ ନିଆଯାଇଛି ।