ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଖୁବ ଶୀଘ୍ର ରୟାଲ ଇନଫିଲ୍ଡ ତାର ଥଣ୍ଡରବାର୍ଡ ବିଏସ୬ ମଡେଲକୁ ବଜାର ପ୍ରବେଶ କରାଇ ପାରେ । କେତେକ ସ୍ଥାନରେ ଏହାକୁ ଟେଷ୍ଟ ଡ୍ରାଇଭ ମଧ୍ୟ ଦିଆଯାଇଥିବା ଜଣା ପଡିଛି । କୁହାଯାଉଛି ଏଥିରେ ବହୁତ କିଛି ବଦଳା ଯାଇଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପରିବର୍ତ୍ତନ ।
ଏହି ନୂଆ ମଡେଲରେ ସିଙ୍ଗଲ ପ୍ୟାଡ ଡିଜିଟାଲ ଆନାଲଗ ଇନଷ୍ଟୁମେଣ୍ଟ କ୍ଲଷ୍ଟର ଦିଆଯିବ ।ଏହାଦ୍ୱାରା ଗାଡିର ରିୟଲ ଟାଇମ, ଫୁଏଲ ନେଇ ତଥ୍ୟ ସହଜରେ ଜାଣିହେବ । ସେହିଭଳି ଏଥିରେ ହାଲୋଜେନ ହେଡଲାଇଟ ମିଳିବ । ଟର୍ଣ୍ଣ ଇଣ୍ଡିକେଟରରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସେହିଭଳି ବାଇକକୁ ଷ୍ଟାଇଲିସ ଲୁକିଙ୍ଗ ପାଇଁ ଚିନ୍ତା କରାଯାଉଛି । ସେହିଭଳି ଆଲହ୍ୱିଲ ରିମ ମଧ୍ୟ ରହିବ । ସେହିଭଳି ଏହି ଇଞ୍ଜିନ ୩୪୬ ସିସି ରହିବ । ୫ ଟି ଗିୟର ମଧ୍ୟ ରହିବ । ତେବେ ଏହି ବାଇକର ଦାମ ୧୫ ରୁ ୨୦ ହଜାର ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ।