ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ଦେଶରେ ଯେଉଁଭଳି ଭାବେ କରୋନା ସଂକ୍ରମିତଙ୍କ ସଂକ୍ୟା ବୃଦ୍ଦି ପାଉଛି ଯେଉଁଥିରେ ଣୋକ ଲଗାଇବା ଏତେ ସହଜ ନୁହେଁ । ଏହି ପରିପ୍ରେକ୍ଷୀରେ ବ୍ୟକ୍ତିଗତ ସଚେତନତା ହିଁ ଗୋଟିଏ ଉପାୟ । ଯାହାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଲାଗୁ କରୁଛନ୍ତି । ସାରା ଦେଶରେ ଏବେ କରୋନା ମହାମାରୀ ପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତା ମୂଳକ ।
ଆମ ରାଜ୍ୟରେ ମଧ୍ୟ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା କରାଯାଇଛି । ହେଲେ ଝାଡଖଣ୍ଡରେ ଏହି କଟକଣାକୁ ଅଧିକ କଡାକଡି କରାଯାଇଛି । ଝାଡଖଣ୍ଡରେ ମାସ୍କ ବ୍ୟବହାର ନକଲେ ୧ ଲକ୍ଷ ଟଙ୍କା ଜରିମାନା ସମେତ ୨ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା କରାଯାଇଛି । ଝାଡ଼ଖଣ୍ଡ କ୍ୟାବିନେଟ ବୁଧବାରଦିନ ସଂକ୍ରାମକ ରୋଗ ଅଧ୍ୟାଦେଶ୨୦୨୦ ଜାରି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।