ଉତ୍ତର ପ୍ରଦେଶ ( ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶରେ ମହମ୍ମଦାବାଦରେ ବଲଦିପୁର ଗ୍ରାମରେ ଏକ ଦଉ ମହଲା କୋଠାରେ ଗ୍ୟାସ ସିଲିଣ୍ଡର ଫାଟି ୧୦ ଜଣଙ୍କର ମ୍ୟୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ସକାଳ ୭ ଟା ୩୦ ରେ ଏହି ଭୟାନକ ବିଷ୍ପୋରଣ ଘଟିଛି । ସକାଳେ ଏହି ଘରେ ରହୁଥିବା ମହିଳାମାନେ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା ।
ବିଷ୍ପୋରଣ ଏତେ ଭୟାନକ ଥିଲା ଯେ ଘରର ଛାତ ପୁରା ଉଡି ଯାଇଥିଲା । ତେବେ ଭଗ୍ନାବଶେଷ ତଳେ ଏବେ ବି କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାରକାର୍ୟ୍ୟ ଜାରି ରହିଛି। ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିବା ସହିତ ସେମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହାସହ ଆହତମାନଙ୍କର ଚିକିତ୍ସା କିପରି ସୁବିଧାରେ ହୋଇପାରିବ ସେ ନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ ବୋଲି ଆଶଙ୍କା କରାଯାଉଛି ।