ଉତ୍ତରପ୍ରଦେଶ ( ଏଟିଆର ବ୍ୟୁରୋ): ସରିଯାଇଛି ଭୋଟ ଗଣତି ବିଜୟୀ ପ୍ରାର୍ଥୀଙ୍କ ତାଲିକା ସାମ୍ନାକୁ ଆସିଛି । ତେବେ ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପି ଭଲ ପ୍ରଦର୍ଶନ କରିଛି । କଂଗ୍ରେସ ଗଡରେ ବିଜେପି ଏଥର ୬୨ ଟି ଲୋକସଭା ଆସନ ମିଳିଥିବା ବେଳେ ମହାମେଣ୍ଟକୁ ୧୫ ଟି ଏବଂ କଂଗ୍ରେସକୁ ଗୋଟିଏ, ଆପନା ଦଳକୁ ୨ ଟି ଆସନ ମିଳିଛି । ଆଗାମୀ ପାଞ୍ଚ ବର୍ଷରେ ୧୧ ଜଣ ମହିଳା ଉତ୍ତର ପ୍ରଦେଶରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି ।
ସେଥିମଧ୍ୟରୁ ସର୍ବାଧିକ ୮ ଜଣ ବଜେପିର ବିଜୟୀ ମହିଳା ସାଂସଦ ରହିଛନ୍ତି ।ସେହିଭଳି କଂଗ୍ରେସ ଓ ବିଏସପିରୁ ଜଣେ ଜଣେ ମହିଳା ଲୋକସଭା ଆସନରେ ବିଜୟ ହୋଇଛନ୍ତି । ଆପନା ଦଳରୁ ଜଣେ ମହିଳା ବିଜୟୀ ହୋଇଛନ୍ତି । ତେବେ ଚଳିତଥର ମୋଟ ୮୦ ଟି ଆସନରୁ ବିଭିନ୍ନ ଦଳରୁ ୧୦୪ ଜଣ ମହିଳା ପ୍ରାର୍ଥୀ ହୋଇଥିବା ବେଳେ ୧୧ ଜଣ ମହିଳା ପ୍ରାର୍ଥୀ ବିଜୟ ହୋଇଛନ୍ତି ।
ସେଥିମଧ୍ୟରୁ ଆମେଥିରୁ ସ୍ମୃତି ଇରାନୀ (ବିଜେପି),ସୁଲତାନପୁରରୁ ମେନକା ଗାନ୍ଧୀ (ବିଜେପି),ଫତେପୁରରୁ ସ୍ୱାଧି ନିରଞ୍ଜନ ଜ୍ୟୋତ (ବିଜେପି)ି, ଇଲାହାବାଦରୁ ରୀତା ବହୁଗୁଣା ଜୋଶୀ ( ବିଜେପି), ଫୁଲପୁର କେଶରୀ ଦେବୀ ପଟେଲ(ବିଜେପି), ଧୋରହରାରୁ ରେଖା ବର୍ମା (ବିଜେପି),ବଦାୟୁରୁ ସଂଘମିତ୍ରା ମୌୟ (ବିଜେପି), ହେମା ମାଳିନୀ (ବିଜେପି), ରାୟବରେଲିରୁ ସୋନିଆ ଗାନ୍ଧି (କଂଗ୍ରେସ), ମିର୍ଜାପୁରରୁ ଅନୁପ୍ରିୟା ପଟେଲ ( ଆପନା ଦଳ),ଲାଲାଗଞ୍ଜରୁ ସଂଗୀତା ଆଜାଦ ( ବସପା) ବିଜୟ ହୋଇଛନ୍ତି । ଏହି ୧୧ ଜଣ ମହିଳା ବିୟୀ ମହିଳା ସାଂସଦ ଆଗାମୀ ୫ ବର୍ଷ ସଂସଦରେ ରାଜ୍ୟର ପ୍ରତିନିଧିତ୍ୱ କରିବେ ।