ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଫଗାନିସ୍ତାନରେ ଏବେ ତାଲିବାନ ମାନଙ୍କ ଅତ୍ୟାଚାର ଜାରି ରହିଥିବାବେଳେ ଆତଙ୍କବାଦୀମାନେ ଜୋର ଜବରଦସ୍ତ ୧୫୦ ଜଣ ନାଗରିକଙ୍କୁ ଅପହରଣ କରିଛନ୍ତି । ଏଥିରେ ଅଧିକାଂଶ ଭାରତୀୟ ରହିଥିବାର ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଥିଲେ ତେବେ ସେ ତାଲିବାନ କବଳରୁ ଫେରିଆସିଥିଲେ । ଏହି ସୂଚନା କାବୁଲରେ ଥିବା ନ୍ୟୁୟର୍କ ଟାଇମ୍ସର ପ୍ରତିନିଧି ସରିଫ ହାସନ ଟ୍ୱିଟ କରି କହିଛନ୍ତି । ସେ ତାଲିବାନ ମୁଖପାତ୍ରଠାରୁ ଏହି ଖବର ପାଇ ସୂଚନା ଦେଇଛନ୍ତି ବୋଲି କହିଛନ୍ତି ।
ସୂଚନାନୁସାରେ କିଛି ତାଲିବାନ ଆତଙ୍କବାଦୀ ଆସିଲେ ଓ ଏୟାରପୋର୍ଟରେ ଦେଶ ଛାଡି ଯାଉଥିବା ଲୋକଙ୍କ ସହିତ ଝଗଡା କରିଥିଲେ ଓ ଆଉ ଏକ ଗାଡିରେ ସେମାନଙ୍କୁ ଉଠାଇନେଇଥିଲେ । ସେ କହିଥିଲେ ଯେ କେବଳ କିଛି ଲୋକ କାରରୁ ଡେଇଁବା ପାଇଁ ସକ୍ଷମ ହୋଇଥିଲେ । ଅନ୍ୟମାନଙ୍କ ସହ କଣ ହେବ କେହି ଜାଣି ନାହାନ୍ତି । ତେବେ ତାଲିବାନର ମୁଖପାତ୍ର ଅହମ୍ମନୁଲ୍ଲା ୱାସେକ ଏହି ରିପୋର୍ଟେକୁ ଖଣ୍ଡନ କରିଛନ୍ତି ।
ଏହି ଖବର ପ୍ରକାଶିତ ହେବାର କିଛି ସମୟ ପୂର୍ବରୁ କିନ୍ତୁ ଭାରତୀୟ ବାୟୁସେନାର ମ୧୩୦ହ ବିମାନ କାବୁଲରେ ପ୍ରାୟ ୮୫ ଜଣ ଭାରତୀୟଙ୍କୁ ସ୍ଥାନାନ୍ତରିତ କରିବାରେ ସଫଳ ହୋଇଥିଲେ । ସେମାନେ ଏବେ ଭାରତ ଅଭିମୁଖେ ଯାତ୍ରା କରୁଛନ୍ତି । ଏବେ ଆଉ ଏକ ବିମାନ ମ-୧୭ କାବୁଲରେ ରହିଛି ଏହ ଯେକୌଣସି ସମୟରେ ଭାରତୀୟଙ୍କୁ ଆଣିବା ପାଇଁ ।
ଆଫଗାନରେ ଥିବା ଭାରତୀୟ ଦୁତାବସ୍ଥା ଅନେକ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରି ସାରିଛି । ହେଲେ ଏବେ ବି ଆଫଗାନସ୍ତାନରେ ୧୦୦୦ ରୁ ଅଧିକ ଭାରତୀୟ ଅଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଆଣିବା ପାଇଁ ପ୍ରୟାସ ଚାଲିଛି ।ବିଭିନ୍ନ ସହରର ତାଲିବାନ ବନ୍ଧୁକ ଧରି ଆତଙ୍କ ଖେଲାଉଥିବାରୁ ନାଗରିକଙ୍କୁ ଉଦ୍ଧାର କରିବା ଯେପରି ଏକ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି ।