ନୂଆଦିଲ୍ଲୀ (ଏଯିଆର ବ୍ୟୁରୋ): ଦେଶରେ ମୋଦି ସରକାର ଆସିବା ଦିନ ଠାରୁ ସମଗ୍ର ଦେଶ ବ୍ୟାପି ସ୍ୱଚ୍ଛତାକୁ ନେଇ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ସ୍ୱଚ୍ଛ ଭାରତ ଅନ୍ତରଭୁକ୍ତ ଗଙ୍ଗା ନଦୀ ସଫେଇର କାର୍ଯ୍ୟକ୍ରମକୁ ମଧ୍ୟ ଜୋରଦାର କରିଦିଆଯାଇଛି । ଗଙ୍ଗା ନଦୀକୁ ସଫା କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷପ ନେବା ସହ ଅନେକ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି । କେବଳ ସେତିକି ନୁହେଁ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଇ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏତେ ସବୁ ସତ୍ୱ ଆଜି ଏକ ଏପରି ତଥ୍ୟ ସମ୍ମାକୁ ଆସିଛି ଯାହା ଅନୁଯାୟୀ ଓଡ଼ିଶାର ୧୯ଟି ନଦୀ ବିଷର ବଳୟ ମଧ୍ୟରେ ରହିଥିବା ଜଣାପଡିଛିି ।
ଏ କଥା ଆମେ ନୁହେଁ ବଂର କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆ କହିଛନ୍ତି । ଆଜି ଲୋକସଭାରେ ସୁନ୍ଦରଗଡର ସାଂସଦ ଜୁଏଲ ଓରାମ ନଦୀ ଗୁଡିକର ଅବସ୍ଥା ସମ୍ପର୍କରେ ପଚାରିଥିଲେ । ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆ କହିଛନ୍ତି କି ଓଡ଼ିଶାରେ ୧୯ ନଦୀ ପ୍ରଦୂଷିତ ଅବସ୍ଥାରେ ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ରିପୋର୍ଟ ଅନୁଯାୟୀ ଓଡିଶାର ୧୯ଟି ନଦୀ ବିଷର ବଳୟ ମଧ୍ୟରେ ରହିଛି । ଏହି ନଦୀ ଗୁଡିକ ଲୁଣା, ମହାନଦୀ, ମଙ୍ଗଳା, କୁଆଖାଇ, ବଙ୍ଗୁରୁନାଳ, ବ୍ରାହ୍ମଣୀ, ବୁଢାବଳଙ୍ଗ, ଗୁଙ୍ଗଆ, ଗୁରାଡିନାଳ, କାଠଯୋଡି, ଦୟା, ନନ୍ଦିରାଝର, ନାଗାବଳି, ରତ୍ନଚିରା,ୠଷିକୁଲ୍ୟା, ସାବୁଳିଆ, ସେଢୁଆ, କୁସୁମୀ, ଭେଡେନ ଭଳି ନଦୀ ଥିବାର ଏହି ରିପୋର୍ଟରୁ ଜରାପଡିଛି ।