ହାଇଦ୍ରାବାଦ: ଗତକାଲି ଠାରୁ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଛି । କାଲି ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ଭାରତ ଟସ ଜିତି ୱେଷ୍ଟଇଣ୍ଡିଜକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲା । ୱେଷ୍ଟଇଣ୍ଡିଜର ହେଟମେୟର ଓ କ୍ୟାପଟେନ କାଇରନ ପୋଲାର୍ଡଙ୍କ ବ୍ୟାଟିଂ ବଳରେ ୨୦ ଓଭରରରେ ୫ ୱିକେଟ ହରାଇ ୨୦୭ରନ ସଂଗ୍ରହ କରିପାରି ଥିଲା ୱେଷ୍ଟଇଣ୍ଡିଜ ଦଳ । ତେବେ ଭାରତ ଏହାର ଜବାବରେ ୧୮.୪ ଓଭରରରେ ୪ୱିକେଟ ହରାଇ ୨୦୯ ରନ କରି ବିଜୟ ଲାଭ କରିଥିଲା ।
ଭାରତର କ୍ୟାପଟେନ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଜିତି ପାରିଥିଲା । ଅନ୍ୟପଟେ ଭାରତ ବ୍ୟାଟ୍ସ ମ୍ୟାନ ରାହୁଲ ମଧ୍ୟ ଏହି ମ୍ୟାଚରେ ଏକ ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ଭାରତ କ୍ୟାପଟେନ କୋହିଲ ୫୦ଟି ବଲ ଖେଳି ୬ଟି ଚୌକା ଓ ୬ଟି ଛକା ମାରି ସର୍ବାଧିକ ୯୪ ରନ କରିଥିଲେ । ସେହିଭଳି ରାହୁଲ ୪୦ଟି ବଲ ଖେଳି ୫ଚୌକା ଓ ୪ଛକା ବଳରେ ୬୨ ରନ କରି ଆଉଟୁ ହୋଇଥିଲେ । ଗତକାଲିର ମ୍ୟାଚରେ ଭାରତ କ୍ୟାପଟେନ କୋହିଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା ।