ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ): ରାୟବରେଲି ଟ୍ରେନ ଦୁର୍ଘଟଣା ମାମଲାରେ ରେଳବିଭାଗ ପକ୍ଷରୁ ଦୁଇ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଗତ ବୁଧବାର ଦିନ ପଶ୍ଚିମବଙ୍ଗରୁ ଦିଲ୍ଲୀ ଯାଉଥିବା ଏକ୍ସପ୍ରେସର ୯ଟି ବଗି ଲାଇନଚ୍ୟୁତ୍ ହୋଇଥିଲା । ଦୁର୍ଘଟଣାରେ ୫ ଜଣ ମୃତ୍ୟୁ ବରଣ କରିଥିଲେ ।
ରେଳ ମନ୍ତ୍ରାଳୟର ଅଧିକାରୀଙ୍କ ଅନୁଯାୟୀ, ଭୁଲ୍ ସଂକେତ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ପ୍ରମାଣ ଆଧାରରେ ଟ୍ରେନ ସୁରକ୍ଷାର ମୁଖ୍ୟ ଆୟୁକ୍ତଙ୍କ ଅଦେଶ ଅନୁଯାୟୀ ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ଦୁଇ ଅଧିକାରୀଙ୍କ ନାମ ହେଉଛି ବିନୋଦ କୁମାର ଶର୍ମା ଏବଂ ଅମରନାଥ ।