ପୁଲୱାମା (ଏଟିଆର ବ୍ୟୁରୋ ) ; ସୁଧୁରିବେନି ଆତଙ୍କବାଦୀ । ଭାରତୀୟ ସୁରକ୍ଷାକର୍ମୀଙ୍କ କଡା ନଜର ସତ୍ୱେ ସୀମାରେ ପଶୁଛନ୍ତି ଆତଙ୍କବାଦୀ । ଫଳରେ ସେନାର ଗୁଳିରେ ପ୍ରାଣ ହରାଉଛନ୍ତି ଅନେକ ଆତଙ୍କୀ । ଆଜି ଜମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସର୍ଚ୍ଚ ଅପରେସନ ଚାଲୁଥିବା ସମୟରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ । ଏଥିରେ ଭାରତୀୟ ସୁରକ୍ଷାକର୍ମୀ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।
ସୂଚନା ଅନୁସାରେ , ଆଜି ସକାଳେ ସ୍ଥନୀୟ ଟିକେନ ଗ୍ରାମରେ କିଛି ଆତଙ୍କବାଦୀ ଲୁଚିରହିଥିବା ଖବର ପାଇ ସେନା ଅପରେସନ ଆରମ୍ଭ କରିଥିଲା । ଆତଙ୍କବାଦୀମାନେ ଲୁଚିଥିବା ସ୍ଥାନକୁ କଡନରେ ରଖାଯାଇଥିଲା । ତେବେ ହଠାତ ଆତଙ୍କବାଦୀଙ୍କ ପକ୍ଷରୁ ସେନା ଉପରଜୁ ପ୍ରଥମେ ଗୁଳି ବର୍ଷଣ କରାଯାଇଥିଲା । ଏହାର ଜବାବରେ ସେନା ମଧ୍ୟ ଆତଙ୍କବାଦୀଙ୍କ ଉପରକୁ ଗୁଳିମାଡ କରିଥିଲେ ।
ଉଭୟ ପକ୍ଷରୁ ଗୁଳି ବର୍ଷଣରେ ୨ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିଛି । ତେବେ ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ । ସେମାନଙ୍କ ପାଖରୁ ବିପୁଳ ପରିମାଣରେ ବିସ୍ଫୋରକ ସମେତ ୨ ଟି ଏକେ – ୪୭ ବନ୍ଧୁକ ଜବତ କରାଯାଇଛି । ସେପଟେ ବାରମ୍ବାର ଭାରତୀୟ ସୀମାରେ ପାକିସ୍ତାନ ପଟୁ ଆତଙ୍କବାଦୀମାନେ ପ୍ରବେଶ କରୁଥିବାରୁ ସୁରକ୍ଷାକମୀଙ୍କ ଚିନ୍ତା ବଢାଇଛି । ସେହିପରି ବାରମ୍ବାର ସର୍ଚ୍ଚ ଅପରେସନ ଚଳାଇ ଆତଙ୍କବାଦୀମାନଙ୍କୁ ନିପାତ କରୁଛି ଭାରତୀୟ ସେନା ।