ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ହଜାର ଟଙ୍କିଆ ନୋଟ ଫେରାଇ ନେବ ଭାରତୀୟ ରିଜର୍ଭ ବ୍ୟାଙ୍କ । ଏନେଇ ଆଜିଠୁ ନୋଟ ବଦଳେଇବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ସେପ୍ଟମ୍ବର ୩୦ ଯାଏଁ ଚାଲିବ । ଦେଶର ସମସ୍ତ ବ୍ୟାଙ୍କ ଏବଂ ଆଞ୍ଚଳିକ ଶାଖାରେ ନୋଟ ବଦଳାଇ ପାରିବେ ।
ଜଣେ ବ୍ୟକ୍ତି ଗୋଟେ ଥରରେ ୧୦ ଟି ନୋଟ୍ ବଦଳାଇ ପାରିବେ । ନୋଟ ବଦଳାଇବା ଲାଗି ବ୍ୟାଙ୍କରେ କୌଣସି ପରିଚୟ ପତ୍ରର ଆବଶ୍ୟକତା ନାହିଁ । ୫୦ ହଜାରରୁ କମ ବଦଳାଇଲେ ଦେବାକୁ ହେବନି ତଥ୍ୟ । ବ୍ୟାଙ୍କରେ ଆକାଉଣ୍ଟ ନଥିଲେ ମଧ୍ୟ ନୋଟ ବଦଳାଇ ପାରିବେ ।