ୟୁପି (ଏଟିଆର ବ୍ୟୁରୋ): ପାଖାପାଖି ୯ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧର ହେଲେ ମୁଣ୍ଡ ଜାମିନ ଥିବା ୨୦ ଶିଶୁ । ସୂଚନାଯୋଗ୍ୟ ଗତକାଲି ଜଣେ ଯୁବକ ନିଜ ଘରେ ନିଜ ଝିଅରୀ ଜନ୍ମ ଦିନ ପାର୍ଟିି କରି ପଡୋଶୀ ପିଲାମାନଙ୍କୁ ଜନ୍ମ ଦିନ ପାର୍ଟିରେ ଯୋଗ ଦେବାକୁ ଡାକିଥିଲା । ପଡୋଶୀ ପିଲାମାନେ ପାର୍ଟିରେ ପହଞ୍ଚିବା ପରେ ଉକ୍ତ ଯୁବକ ଜଣଙ୍କ ବନ୍ଧୁକ ଦେଖାଇ ନିଜ ସ୍ତ୍ରୀ ଓ ଝିଅ ସହିତ ଅନ୍ୟ ପିଲାମାନଙ୍କୁ ମୁଣ୍ଡ ଜାମିନ ରଖିଥିଲା । ଏମିତିକି ପିଲାମାନଙ୍କୁ ଉଦ୍ଧାର କରିବାକୁ ପୋଲିସ ଯିବାରୁ ପୋଲିସକୁ ମଧ୍ୟ ଗୁଳି ଚାଳନା କରିଥିଲା ସେହି ଯୁବକ ।
ପରେ ସମସ୍ତ ପଣବନ୍ଦୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ଏହି ସ୍ୱତିନ୍ତ୍ର ଟିମ ୮ ରୁ ୯ ଘଣ୍ଟାର ଅପରେସନ ପରେ ପୋଲିସ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ବନ୍ଧକ ରଖିଥିବା ଯୁବକର ନାମ ସୁଭାଷ ବୋଲି ଜଣା ପଡିଛି । ଏହି ଟିମ୍ ନିମନ୍ତେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ପୁଲିସ୍ର ପାଲଟା ଗୁଳିରେ ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।