ଅମୃତସର(ଏଟିଆର ବ୍ୟୁରୋ): ଜେଲର କଡା ସୁରକ୍ଷା ବଳୟ ଭିତରୁ ଖସିଗଲେ ୩ ଅପରାଧି । ଅମୃତସର କେନ୍ଦ୍ରୀୟ ଜେଲର କାନ୍ଥକୁ ଖୋଳି ୩ କଏଦୀ ଫେରାର ହୋଇଯାଇଛନ୍ତି ।
ସୂଚନା ଅନୁସାରେ ୩ କଏଦୀ ହେଲେ ଗୁରପ୍ରୀତ ସିଂ, କର୍ଣ୍ଣେଲ ସିଂ ଓ ବିଶାଲ କୁମାର । ବିଶାଲ କୁମାର ପୋକ୍ସୋ ମାମଲାରେ ଜେଲ ଆସିଥିବା ବେଳେ ଗୁରପ୍ରୀତ ଓ କର୍ଣ୍ଣେଲ ଲୁଟ ମାମଲାରେ ଜେଲ ଆସିଥିଲେ ।
ମାତ୍ର ତିନି ମାସ ତଳେ ଜେଲ ସୁରକ୍ଷା ବ୍ୟବସ୍ଥାକୁ ଆଧୁନୀକରଣ କରାଯିବା ସହିତ ଅମୃତସର ଜେଲର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ଏଥି ସହିତ ଜେଲରେ ଏକ କମ୍ପାନୀ ତରଫରୁ ସିଆରପିଏଫ ଯବାନ ନିୟୋଜିତ କରାଯାଇଥିଲା ।
ତେବେ ଏତେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ କେମିତି ୩ କଏଦୀ ଫେରାର ହୋଇଗଲେ । ସେ ପୁଣି ଜେଲର କାନ୍ଥ ଖୋଳି ଆଉ କେହି ମଧ୍ୟ ଜାଣି ପାରିଲେନି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।