ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟରୂପେ ଘୋଷଣା କରିବା ପରଠାରୁ ସୀମାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ସୀମାରେ ଗୁଳି ବର୍ଷା , ବୋମା ମାଡ କରି ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥାଆନ୍ତି । ଆତଙ୍କବାଦୀଙ୍କର ଏହି ଗୁଳିବର୍ଷାର କଡା ଜବାବ ଦେଇଥାଆନ୍ତି ଭାରତୀୟ ସୈନ୍ୟ । ବେଳେ ବେଳେ ଏହି ଗୁଳି ବର୍ଷାରେ ଭାରତୀୟ ଯବାନମାନେ ସହିଦ ମଧ୍ୟ ହୋଇଯାଇଥାଆନ୍ତି । ପ୍ରତ୍ୟେକ ଯବାନଙ୍କ ସୁରକ୍ଷାର ଆମ ପାଇଁ ମୂଲ୍ୟବାନ ଅଟେ ।
ଏଥିପାଇଁ କେନ୍ଦ୍ର ସରକାର ୪୦ ହଜାର ଟଙ୍କାର ବୁଲେଟପ୍ରୁଫ ଜାକେଟ୍ ଆଣୁଛନ୍ତି । ପ୍ରଥମଥର ପାଇଁ ଭାରତୀୟ ଯବାନଙ୍କୁ ଏହି ଜ୍ୟାକେଟ ଯୋଗାଇ ଦିଆଯିବ । ଏହି ଜ୍ୟାକେଟକୁ ଏକେ୪୭ର ଗୁଳି ମଧ୍ୟ ଭେଦ କରି ପାରିବ ନାହିଁ । ଏହି ଜ୍ୟାକେଟ୍କୁ ଏସଏମପୀପୀ ପ୍ରାଇଭେଟ ଲିମିଟେଡ ତରଫରୁ ଯୋଗାଇଦିଆଯିବ । ସରକାର ଏହି ଜ୍ୟାକେଟ୍ର ଅର୍ଡର ୨୦୨୧ରେ ସମାପ୍ତ କରିବାକୁ କମ୍ପାନୀକୁ କହିଥିବା ବେଳେ କମ୍ପାନୀ ଏହାକୁ ୨୦୨୦ ସୁଦ୍ଧା ଯୋଗାଇ ଦେବ ବୋଲି କହିଛି । ମେଜର ଜେଦେରାଲ ଅନିଲ ଓବରାୟ କହନ୍ତି ସମୟ ପୂର୍ବରୁ ଏହି ଜ୍ୟାକେଟ ଯୋଗାଇ ଦିଆଯିବ ଓ ସରକାର ପ୍ରଥମେ ଏହାକୁ ଜାମ୍ମୁ ଓ କାଶ୍ମୀରରେ ଥିବା ଯବାନକୁ ଦେବା ପାଇଁ ନିଷ୍ପତି ନେଇଛନ୍ତି ।