ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଗଣତନ୍ତ୍ରରେ ଜୁନ ୨୫,୧୯୭୫ କୁ କଳା ଦିବସ ବୋଲି କୁହାଯାଏ । କାରଣ ଦେଶ ସ୍ୱାଧୀନତା ହେବାର ୨୮ ବର୍ଷ ପରେ ତତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀଙ୍କ ନିଷ୍ପତକ୍ରମେ ଆପାତକାଳ ଦିବସକୁ ସାମ୍ନା କରିଥିଲେ ଜନସାଧାରଣ । ଜୁନ୍ ୨୫ ଓ ୨୬ ରାତିରେ ରାଷ୍ଟ୍ରପତି ଫଖରୁଦ୍ଧିନ ଅଲୀ ଅହମ୍ମଦଙ୍କ ସ୍ୱାକ୍ଷର ସହିତ ଦେଶରେ ଆପାତକାଳ ଲାଗୁ କରି ଦିଆଯାଇଥିଲା । ଫଳରେ ଦେଶର ସମସ୍ତ ନାଗରିକଙ୍କ ଅଧିକାରକୁ ଛଡାଇ ନିଆଯାଇଥିଲା । ଏହାସହିତ ଦେଶରେ ହେବାକୁ ଥିବା ଛୋଟ ବଡ ନିର୍ବାଚନକୁ ମଧ୍ୟ ସ୍ଥଗତି ରଖାଯାଇଥିଲା ।
ଏହି ସମୟରେ ଇନ୍ଦୀରା ଗାନ୍ଧୀ ସରକାରକୁ ବିରୋଧ କରୁଥିବା ସମସ୍ତ ବିରୋଧି ନେତାକୁ କଏଦ କରି ନିଆଯାଇଥିଲା । ଏହା ବ୍ୟତୀତ ଗଣମାଧ୍ୟମର ସ୍ୱତନ୍ତ୍ରତାକୁୁ ମଧ୍ୟ ଛଡାଇ ନିଆଯିବା ସହ ଅନେକ ପ୍ରକାର ଭିଡିଓକୁ ଗୁପ୍ତ ରଖାଯାଇଥିଲା । ଆଜକୁ ଏହା ୪୩ ବର୍ଷ ପୂର୍ତ୍ତି ହୋଇଯାଇଛି । । ହେଲେ ଆଜି ପର୍ଯ୍ୟନ୍ତ ଏହି ଦିନକୁ ଜନସାଧାରଣ ଭୁଲି ପାରି ନାହାନ୍ତି । ଆପାତକାଳକୁ ବିରୋଧ କରି କଂଗ୍ରେସକୁ ଘେରିବା ପାଇଁ ଭାରତୀୟ ଜନତା ପାର୍ଟି ଆଜି ତଥା ଜୁନ ୨୫କୁ ପ୍ରତିବର୍ଷ ସାରାଦେଶରେ କଳା ଦିବସ ଭାବେ ପାଳନ କରୁଛି ।