ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ସେନାରେ ୪୫ ହଜାରରୁ ଅଧିକ ପଦବୀ ଖାଲି ରହିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜ ନଥ ସିଂ ଏନେଇ ସୂଚନା ଦେଇଛନ୍ତି । ଶ୍ରୀ ସିଂ ରାଜ୍ୟସଭାକୁ ଦେଇଥିବା ସୂଚନା ଅନୁସାରେ ୨୦୧୯ ସ୍ଥତି ଅନୁସାରେ ସେନାରେ ପାଖାପାଖି ୪୫,୬୩୪ ପଦବୀ ଖାଲି ରହିଛି । ଯେଉଁଥିରେ ସେକେଣ୍ଡ ଲେପ୍ଟନେଟ ର୍ୟାଙ୍କର ୭,୩୯୯ ପଦ ସାମିଲ ରହିଛି ।
ଏକ ପତ୍ର ମାଧ୍ୟମରେ ଉତ୍ତରରେ ସେ ଜଣାଇ ଛନ୍ତି ସେନାରେ ଭର୍ତ୍ତି ହେବା ପ୍ରକ୍ରିୟା ଏକ ନିରନ୍ତର ପ୍ରକ୍ରିୟା । ପ୍ରଶିକ୍ଷଣ ପୂରା ହେବା ପରେ ଏହି ଖାଲି ଥିବା ପଦବୀରେ ଭର୍ତ୍ତି କରାଯାଇଥାଏ ।
ସେ ସୂଚନା ଦେଇ କହିଛନ୍ତି ସେନାରେ ଭର୍ତ୍ତି ହେବା ପାଇଁ ଗତ ତିନି ବର୍ଷ ମଧ୍ୟରେ ବିଜ୍ଞାପନ ପାଇଁ ୭୯୪.୫୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୬ – ୧୭ ବର୍ଷ ମଧ୍ୟରେ ୩୭୮.୮୭ ଲକ୍ଷ, ୨୦୧୭- ୧୮ ରେ ୧୯୯.୪୭ ଲକ୍ଷ ଏବଂ ୨୦୧୮ -୧୯ରେ ୨୧୬.୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ଦେଇଛନ୍ତି ।