ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୨୦୨୩ ଅକ୍ଟୋବର ୧ରୁ ସମସ୍ତ ଯାତ୍ରୀବାହୀ କାରରେ ୬ ଟି ଏୟାରବ୍ୟାଗ ନିୟମ ଲାଗୁ ହେବ । ଏନେଇ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଅଟୋ ଇଣ୍ଡଷ୍ଟ୍ରି ଯୋଗାଣ ଶୃଙ୍ଖଳା ସମସ୍ୟାର ସମ୍ମୁଖୀନ ହେଉଛି। ଏଥିପାଇଁ ଯାତ୍ରୀବାହୀ ଯାନରେ ୬ ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ଅକ୍ଟୋବର ୧, ୨୦୨୩ ରୁ କାର୍ୟ୍ୟକାରୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ସଡକ ପରିବହନ ମନ୍ତ୍ରଣାଳୟ ଅକ୍ଟୋବର ୧, ୨୦୨୨ ରୁ ୬ ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦେଇଥିଲା।
ଟ୍ୱିଟ୍ କରି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ନୀତିନ ଗଡକରୀ ଲେଖିଛନ୍ତି ଯେ ଅଟୋ ଇଣ୍ଡଷ୍ଟ୍ରୀ ଆଗରେ ହେଉଥିବା ବିଶ୍ୱ ଯୋଗାଣ ଶୃଙ୍ଖଳା ସମସ୍ୟା ଏବଂ ଏହାର ମାକ୍ରୋ-ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି (ଏମ-୧) ବର୍ଗର ଯାତ୍ରୀବାହୀ ଯାନରେ ୬ ଟି ଏୟାରବ୍ୟାଗ ର ଏହି ନିୟମ ଅକ୍ଟୋବର ୧, ୨୦୨୩ ରୁ ବାଧ୍ୟତାମୂଳକ କରାଯିବ ।
ସେ ଆହୁରି ମଧ୍ୟ ଲେଖିଛନ୍ତି କି, ଏହାର ମୂଲ୍ୟ ଏବଂ ପ୍ରକାର ନିର୍ବିଶେଷରେ କୌଣସି ଯାତ୍ରୀବାହୀ ଯାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା।