ଜାମ୍ମୁକାଶ୍ମୀର (ଏଟିଆର ବ୍ୟୁରୋ): ଦେଶର ସୀମା ସୁରକ୍ଷା ପାଇଁ ଏବେ ପାକିସ୍ତାନ ସୀମା ଜଗିବ ଆପାଚୀ । ଆଜି ଏନେଇ ସୂଚନା ଦେଇଚନ୍ତି ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରୱାଣେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦୋର ପଶ୍ଚିମ ସୀମାରେ ବିପଦ ରହିଥିବାରୁ ସେ ଠାରେ ଏହି ଲଢୁଆ ୬ ଟି ଆପାଚୀ ହେଲିକପ୍ଟର ଜଗିବ । ବିଶେଷ କରି ପଠାନକୋଟ ଏୟାର ବେସରେ ମୁତୟନ ହୋଇପାରେ ।
ସୂଚନାଯୋଗ୍ୟ ଭାରତ ପାଖରେ ଥିବା ଆପାଚୀ ହେଲିକପ୍ଟର ଆକାଶର ବହୁ ଦୂରରେ ଥାଇ ଶତୃ ପକ୍ଷକୁ ଟାର୍ଗେଟ କରିପାରିବ । ତେଣୁ ଏହି ପଶ୍ଚିମ ସୀମାରେ ବିପଦ ରହିଥିବାରୁ ଏଠାରେ ଏହାକୁ ମୁତୟନ କରାଯିବ । ଏକ ସାମ୍ବାଦିକ ସମ୍ମୀଳନିରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ସେନାମୁଖ୍ୟ ସେ ଆହୁରି ମଧ୍ୟ କହିଛନ୍ତି ସରକାର ଆଦେଶ ଦେଲେ ପିଓକେ ଆମର ହେବ । ଚୀନ ଓ ପାକିସ୍ତାନ ପଟୁ ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ହାତକୁ ନେବାକୁ ସେନା ପ୍ରସ୍ତୁତ ଅଛି । ସ୍ଥାନୀୟ ପୁଲିସ ଓ ପ୍ରଶାସନ ସେନାକୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି ।