ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆଇଏଏନଏସ ରିପୋର୍ଟ ତଥ୍ୟ ଦେଇଛି ଭାରତରେ ୬୨ ପ୍ରତିଶତ ଲୋକ ସିଏଏ ବା ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରୁଛନ୍ତି । ସେହିଭଳି ଆସାମରେ ୬୮ ପ୍ରତିଶତ ଲୋକେ ଏହି ଆଇନକୁ ବିରୋଧ କରୁଛନ୍ତି । ସାରା ଦେଶରୁ ୩ ହଜାର ଲୋକଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ଏହି ତଥ୍ୟ ଜଣା ପଡିଛି ।
ଆସାମରେ ସର୍ବାଧିକ ମୁସଲମାନ ଲୋକ ଏହି ଆଇନକୁ ବିରୋଧ କରୁଛନ୍ତି । ଏଠାରେ ୬୩ ପ୍ରତିଶତ ମୁସଲିମ ଲୋକ ବିରୋଧ କରୁଥିବା ବେଳେ ୩୫ ପ୍ରତିଶତ ଲୋକ ବିରୋଧ କରୁଛନ୍ତି । ଆହୁରି ମଧ୍ୟ ରପୋର୍ଟ କହିଛି ତିନି ଦେଶର ଅଳ୍ପ ସଂଖ୍ୟକ ଲୋକ ଭାରତରେ ରହିବା ଦେଶ ପାଇଁ ବିପଦ । ଅନ୍ୟପଟେ ଦକ୍ଷିଣ ଭାରତର ଲୋକେ କହିଛନ୍ତି ଅଳ୍ପ ସଂଖ୍ୟକ ଲୋକ ରହିଲେ ଦେଶ ପାଇଁ କୌଣସି ବିପଦ ସୃଷ୍ଟି ହେବ ନାହିଁ ।