ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ସିଆରପିଏଫ ର ଦିଲ୍ଲୀ ସ୍ଥିତ ବଟାଲିୟନରେ ୬୮ ଜଣ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ ୧୨୭ ଜଣ ଯବାନ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଗଲେଣି । ସିଆରପିଏଫ୍ ର ଏହି କର୍ମୀ ଦିଲ୍ଲୀର ମୟୁର ବିହାର ଫେଜ-୩ ସ୍ଥିତ ୩୧ତମ ବଟାଲିୟନ ଦ୍ୱାରା ସମ୍ବନ୍ଧିତ ଥିବା ଜାଣିବାକୁ ମିଳିଛି ।
ଏକ ବରିଷ୍ଠ ଅଧିକାରୀ କହିଛନ୍ତି କି, ସମସ୍ତ କର୍ମୀ କରୋନା ଦ୍ୱାରା ଆକ୍ରାନ୍ତ ଏବେ ତାଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପୂର୍ବରୁ ଉପ-ନୀରିକ୍ଷକ ର୍ୟାଙ୍କର ଜଣେ ୫୫ ବର୍ଷିୟ ଅଧିକାରୀଙ୍କର ମଙ୍ଗଳବାର ଦିନ କୋଭିଡ୧୯ ସଂକ୍ରମଣରେ ମୃତ୍ୟୁ ହୋଇଥିଲା ।