ନୂଆଦିଲ୍ଲୀ ( ଏଟିଆର ବୃୁରୋ): ଗଣତନ୍ତ୍ରର ମହାପର୍ବରେ ଆସନ୍ତା କାଲି ଷଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏହି ଷଷ୍ଠ ପର୍ଯ୍ୟାୟରେ ବହୁ ହେବିୱେଟ ନେତାଙ୍କର କାଲି ରହିଛି ଭାଗ୍ୟ ପରୀକ୍ଷାର ଦିନ । ଆସନ୍ତା କାଲି ୬ ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଆସନ୍ତୁ ଜାଣିବା ଷଷ୍ଠ ପର୍ଯ୍ୟାୟରେ କେଉଁସବୁ ରାଜ୍ୟରେ କାଲି ଭୋଟ ପଡିବ । କାଲି ମୋଟ ୧୦ କୋଟି ୧୭ ଲକ୍ଷ ଭୋଟର ସେମାନଙ୍କ ଗଣତନ୍ତ୍ରର ଏହି ମହାପର୍ବରେ ସେମାନଙ୍କ ମୂଲ୍ୟବାନ ମତଦାନ କରିବେ । ସେହିଭଳି ୫୯ ଟି ଲୋକସଭା ଆସନ ପାଇଁ ଆସନ୍ତା କାଲି ଭୋଟ ପଡିବ ।
ବିହାରରେ ୮, ହରିଆଣା ୧୦, ଝାରଖଣ୍ଡ ୪, ମଧ୍ୟପ୍ରଦେଶ ୮, ୟୁପି ୧୪, ପଶ୍ଚିମ ବଙ୍ଗ ୮ ଏବଂ ଦିଲ୍ଲୀରେ ୭ ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ଗୌତମ ଗମ୍ଭୀର , ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ, ହରିଆଣ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡାଙ୍କ ପରି ଓ ଶିଲା ଦିକ୍ଷିତଙ୍କ ପରି ଚର୍ଚ୍ଚିତ ଚେହେରାଙ୍କ ପାଇଁ କାଲି ଭୋଟ ପଡିବ । ସେହିଭଳି ଓଡିଶାରେ ୪ ଟି ପର୍ଯ୍ୟାୟରେ କେନ୍ଦ୍ରାପଡା ପାଟକୁରାକୁ ଛାଡି ସମସ୍ତ ଆସନ ପାଇଁ ଭୋଟ ଗ୍ରହଣ ସରିଯାଇଛି । ତେବେ ଆସନ୍ତା ୨୩ ତାରିଖରେ ସମସ୍ତଙ୍କ ଭାଗ୍ୟ ପେଡି ଖୋଲିବ । କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଦେଖିବାକୁ ଅପେକ୍ଷା ଅଛି ।