ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଋଷ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ବିବାଦ ଥମିବାର ନାଁ ନେଉନି । ଦୁଇ ଦେଶ ମଧ୍ୟରେ ଏବେ ବି ଯୁଦ୍ଧ ଆଶଙ୍କା । ଯୁଦ୍ଧ ଟାଳିବା ପାଇଁ ଆମେରିକା, ଫ୍ରାନ୍ସ ଏବଂ ଅନ୍ୟ ଦେଶମାନେ ସେମାନଙ୍କ ଚେଷ୍ଟା ଜାରି ରଖିଛନ୍ତି । ତଥାପି ସ୍ଥିତିରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ । ସେହିପରି ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହାର ପ୍ରଭାବ ସାରା ଦୁନିଆରେ ପଡିବ ।
ଯୁଦ୍ଧ ହେବା ଦ୍ୱାରା ତେଲ ଏବଂ ଗ୍ୟାସ ଦର ଉପରେ ପ୍ରଭାବ, ଆର୍ଥିକ ସଙ୍କଟ, ଦୁଇ ଭାଗରେ ବିଭକ୍ତ ହୋଇଯିବ ଦେଶ, ୟୁକ୍ରେନ ଦ୍ୱିତୀୟ ଅଫଗାନିସ୍ତାନ ହୋଇପାରେ, ଯୁଦ୍ଧ ଆରମ୍ଭ ହେଲେ ରୋକିବା ଅସମ୍ଭବ, ଗହମ ସଙ୍କଟ, ଭାରତ ଉପରେ ମଧ୍ୟ ପ୍ରଭାବ ପଡିପାରେ ।