ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମଦ ମୁକ୍ତ ଭାରତ ପାଇଁ ଏବେ ଦିନକୁ ଦିନ ଆନ୍ଦୋଳନ ତେଜିବାରେ ଲାଗିଛି । ଏଇ ନିକଟରେ କେତେକ ସହରକୁ ନେଇ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି ଭାରତରେ ୭୫ ପ୍ରତିଶତ ଯୁବକ ୨୧ ବର୍ଷ ପୂର୍ବରୁ ମଦ ପିଇବା ଆରମ୍ଭ କରି ଦେଉଛନ୍ତି । ଆଇନ ଅନୁସାରେ ମଦ ପିଇବା ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ରହିଥିବା ବେଳେ କିନ୍ତୁ ଏହାକୁ ୭୫ ପତିଶତ ଯୁବକ ମାନିବାକୁ ନାରାଜ ।
ଦକ୍ଷିଣ ମୁମ୍ବାଇରେ ଅବସ୍ଥିତ ସେଣ୍ଟ ଜାଭିୟର କଲେଜର ଜଣେ ପ୍ରଥମ ବର୍ଷର ଛାତ୍ର ଗବେଷଣା କରି ଏହି ଖୁଲାସା କରିଛନ୍ତି । ଏହି ସର୍ବେକ୍ଷଣରେ ମୁମ୍ବାଇ, ପୁଣେ, ଦିଲ୍ଲୀ, କୋଲକତା, ରାଜସ୍ଥାନର ବିଭିନ୍ନ ସହରର ୧୬ ରୁ ୨୧ ବର୍ଷର ୧୦୦୦ରୁ ଅଧିକ ଯୁବକଙ୍କୁ ସାମିଲ କରାଯାଇଥିଲା ।
କେବଳ ସେତିକି ନୁହେଁ ଆହୁରି ମଧ୍ୟ ଜଣାପଡିଛି ୪୭ ପ୍ରତିଶତ ଯୁବକ ସିଗାରେଟ ଓ ୩୩ ପ୍ରତିଶତ ଯୁବକ ୨୧ ବର୍ଷ ମଧ୍ୟରେ ହୁକା ସେବନ ମଧ୍ୟ କରି ସାରିଥିଲେ । ତେବେ ଏହି ଯୁବକଙ୍କ ମଧ୍ୟରୁ କେତେକଙ୍କ କହିବା କଥା ସେମାନେ ଏହି ନିସାରୁ କିଭଳି ମୁକ୍ତ ହେବେ ସେମାନେ ନିଜେ ମଧ୍ୟ ସେକଥା ଜାଣି ନାହାନ୍ତି ।