ହାଇଦ୍ରାବାଦ (ଏଟିଆର ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ହାଇଦ୍ରାବାଦର ସ୍ଥିତି ବେହାଲ ହୋଇ ପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବା ଯୋଗୁଁ ରାସ୍ତା ଘାଟ ଚାରିଆଡେ ଜଳମଗ୍ନ । କେଉଁଠି ଘରେ ପାଣି ପଶିଛି ତ ପୁଣି ଆଉ କେଉଁଠି ହସ୍ପିଟାଲରେ । ଯାହାଫଳରେ ଜନ ଜୀବନ ପ୍ରଭାବିତ ହୋଇଛି । ଏହାସହିତ ହାଇଦ୍ରାବାଦର ଚନ୍ଦ୍ରାୟନଗୁଟ୍ଟା ଅଞ୍ଚଳରେ କାନ୍ଥ ଭୁଷୁଡି ୯ ଜଣଙ୍କ ଜୀବନ ଚାଲିଯାଇଛି । ଏବେି ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗକୁ ଆହୁରୀ ବର୍ଷା ଥିବାରୁ ହାଇଦ୍ରାବାଦରେ ରେଡ ଆଲର୍ଟ ଜାରି କରାଯାଇଛି ।
ଲୋକମାନଙ୍କୁ ଘରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି । ହାଇଦ୍ରାବାଦର ଏଲବି ନଗରରେ ସବୁଠାରୁ ଅଧିକ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାଫଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସେପଟେ ଏସଡିଆରଏଫ ଟିମ୍ ସହର ସାରା ବୁଲି ଲୋକଙ୍କୁ ଉଦ୍ଧର କରିବାରେ ଲାଗିଛନ୍ତି ।