ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମୁକାବିଲା କରିବା ପାଇଁ ଜରୁରୀ ସେବାରେ ଅନେକ କର୍ମଚାରୀ ଲାଗି ପଡିଛନ୍ତି । ଡାକ୍ତରଙ୍କ ଠାରୁ ଆରମ୍ଭ କରି ସଫେଇ କର୍ମୀ ପର୍ଯ୍ୟନ୍ତ ସମସ୍ତେ ଏଥିରେ ନିୟୋଜିତ ହୋଇଛନ୍ତି । ଇତିମଧ୍ୟରେ ଅନେକ ଯୋଦ୍ଧା ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ ଅପିଲ କରୁଛନ୍ତି । ସେହି ଯୋଦ୍ଧା ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ବି ପ୍ରଶଂସା କରୁଛନ୍ତି । ଯେଉଁଠି ବଡ ଲୋକମାନେ ଏହି ଲକ୍ ଡାଉନ୍ କୁ ମାନୁ ନାହାନ୍ତି, ସେଠି କୁନି ଯୋଦ୍ଧା ମାନେ ସେମାନଙ୍କୁ ଘରେ ରହିବାକୁ ଅପିଲ କରୁଛନ୍ତି ।
ଏଭଳି ଏକ କୁନି ଯୋଦ୍ଧାର ଭିଡିଓ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ୱିଟରରେ ସେୟାର କରିଛନ୍ତି । ଏହି ଭିଡିଓରେ ଜଣେ କୁନି ଝିଅ ମୁମ୍ବାଇରେ ରହୁଥିବା ତାର ବାପା ନିକଟକୁ ଚିଠି ଲେଖୁଛି ଏବଂ କହୁଛି କି, ବାପା ଆପଣ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ, ଯଦି ଆପଣ ବାହାରକୁ ବାହାରିବେ ତେବେ କରୋନା ଜିତିଯିବ ।
A young girl’s message to her father. Do watch. #IndiaFightsCorona pic.twitter.com/gF7ZVNzGVb
— Narendra Modi (@narendramodi) March 27, 2020
ଭିଡିଓରେ ଝିଅଟି କହୁଛି କି,ଡିଅର ପାପା , ମୁଁ ଆପଣଙ୍କୁ ବିଲକୁଲ ମିସ୍ କରୁନି, ମମି ବି ମିସ୍ କରୁନି । ମୁମ୍ବାଇରୁ ଭାଗିକି ଆସିବାର କୌଣସି ଆବଶ୍ୟକତା ନାହିଁ । ଆପଣ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ । ଯଦି ଆପଣ ବାହାରକୁ ବାହାରିବେ ତେବେ କରୋନା ଜିତି ଯିବ । କିନ୍ତୁ ଆପଣଙ୍କୁ କରୋନାକୁ ହରାଇବାର ଅଛି ନା ପାପା ।