ରାୟଗଡା(ଏଟିଆର ବ୍ୟୁରୋ): ରାୟଗଡାରେ ଜଣେ କାଜୁ ବ୍ୟବସାୟୀ ଟ୍ରେନରେ ସାଢେ ୪ ଲକ୍ଷ ଟଙ୍କା ଛାଡି ଦେଇଥିଲେ ।ଯାହାକୁ ତାକୁ ଖୋଜି ଫେରାଇଛି ଆରପିଏଫ ପୋଲିସ । ସୂଚନା ଅନୁସାରେ ସେକ୍ ୟେସୁଦିନ ନାମକ ଜଣେ ବ୍ୟକ୍ତି ଆଜି ସକାଳ ବିଶାଖାପଟଣାମରୁ ରାୟଗଡା ଅଭିମୁଖେ ସମତା ଏକ୍ସପ୍ରେସରେ ଆସିଥିଲେ ।ସେ ବି-୪ ବଗିରେ ବସିଥିଲେ। ରାୟଗଡା ଷ୍ଟେସନରେ ଟ୍ରେନ ଅଟକିବା ପରେ ସେ ଟ୍ରେନରୁ ଓହ୍ଲାଇ ଜଳଖିଆ ଦୋକାନକୁ ଖାଇବାକୁ ଚାଲି ଯାଇଥିଲେ ।
ସେଠାରେ ସେ ପଇସା ଦେବା କଥା ଭାବିବାରୁ ସେ ଟ୍ରେନରେ ବସିଥିବା େବେଳ ଏକ ବ୍ୟାଗରେ ସାଢେ ୪ ଲକ୍ଷ ଟଙ୍କା ଛାଡି ଦେଇଥିଲେ । ସେତେବେଳକୁ ଟ୍ରେନଟି ଷ୍ଟେସନ ଛାଡି ଦେଇଥିଲା । ଏନେଇ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ (ଆର୍ପିଏଫ୍)କୁ ଖବର ଦେଇଥିଲେ।ଆରପିଏଫ ଅଧିକାରୀ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସିଙ୍ଗାପୁର ଷ୍ଟେସନ ଓ ଥେରୁବାଲି ମଧ୍ୟରେ ଟ୍ରେନ ଅଟକାଇ ଟଙ୍କା ବ୍ୟାଗ ଜବତ କରିଥିଲେ । ପରେ ଆବଶ୍ୟକୀୟ ପ୍ରମାଣପତ୍ର ପାଇବା ପରେ ସେକ ୟେସୟୁଦଙ୍କୁ ଟଙ୍କା ଫେରସ୍ତ କରିଛନ୍ତି। ଆରପିଏଫର ଏହି ଉଲ୍ଲେଖନୀୟ କାର୍ଯ୍ୟକୁ ଏବେ ସାଧାରଣରେ ପ୍ରଶଂସା କରାଯାଉଛି ।