ମୋହାଲି (ଏଟିଆର ବ୍ୟୁରୋ): ଆଜି ପଞ୍ଜାବର ମୋହାଲି ଜିଲ୍ଲାରେ ତିନି ମହଲାର କୋଠା ଭୁସୁଡିଯାଇଛି । ଫାଉଣ୍ଡେସନ ଖୋଳିବା ବେଳେ ଏହି କୋଠାଟି ଭୁଷୁଡି ପଡିଥିଲା । ଏହା ଏକ ବଡ ଧରଣର ଦୁର୍ଘଟଣା ହୋଇଥିବା ବେଳେ ଏହି କୋଠା ଭୁଶୁଡିବା ଫଳରେ ଏହା ମଧ୍ୟରେ ଅନେକ ଲୋକ ଚାପି ହୋଇଯାଇଥିବା କୁହାଯାଉଛି । କୋଠାଟିର କାମ ଚାଲୁ ରହିଥିବାରୁ ଏହା ମଧ୍ୟରେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି ।
Punjab: A three-storey building collapses in Mohali, several feared trapped under debris. Rescue operation underway. pic.twitter.com/MFB8wQLOtM
— ANI (@ANI) February 8, 2020
ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁଯାୟୀ, ପଞ୍ଜାବର ମୋହାଲିରେ ଖରଡ- ଲାଣ୍ଡରା ରୋଡ ପାଖରେ ଥିବା ଏକ ତିନି ମହଲା କୋଠାର କାର୍ଯ୍ୟ ଚାଲିଥିବା ବେଳେ ଏହା ଅଚାନକ ଭୁଶୁଡିପଡିଥିଲା । ତେବେ କୋଠାଟି ଭୁଶୁଡି ପଡିବାରୁ କୋଠା ତଳେ କାମେ କରୁଥବା ୧୦ରୁ ୧୫ଜଣ ଲୋକ ଏହା ମଧ୍ୟରେ ରହିଥିବା ଅନୁମାନ କରାଯାଉଛି । ଖବର ପାଇଁ ଘଟଣା ସ୍ଥଳରେ ଏନଡିଆରଏଫ ଟିମ, ସ୍ଥାନୀୟ ପୋଲିସ, ରାଜ୍ୟ ଉଦ୍ଧାରକାରୀ ଦଳ , ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଆଜି ଶନିବାର ସରକାରୀ ଛୁଟି ଥିବା କାରଣରୁ ଉଦ୍ଧାରକାରୀ କର୍ମଚାରୀଙ୍କ ଅଭାବ ଦେଖିବାକୁ ମିଳୁଛି । ଏହି କାରଣରୁ ଉଦ୍ଧାରକାର୍ଯ୍ୟରେ ବିଳମ୍ବ ମଧ୍ୟ ହେଉଛି ।