ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗତକିଛି ଦିନ ହେବ ସାରା ଦେଶରେ ଦିଲ୍ଲୀ ହିଂସାକୁ ନେଇ ବେଶ ଚର୍ଚ୍ଚା ହେଉଛି । ଏହି ହିଂସାରେ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଦିଲ୍ଲୀ ହିଂସାରେ ସାମିଲ ଥିବା ଅଭିଯୋଗରେ ତାହିର ଦୁସେନଙ୍କ ଗିରଫ କରିଛି ପୋଲିସ । ଦିଲ୍ଲୀ ହିଂସାରେ ସାମିଲ ଥିବାର ଅଭିଯୋଗ ତାହିରଙ୍କ ନାଁରେ ଆସିବା ପରେ ତାଙ୍କୁ ଆମ ଆଦମୀ ପାର୍ଟିରୁ ନିଲମ୍ବିତ କରାଯାଇଥିଲା । ତାହିରଙ୍କ ଘର ଛାତ ଉପରୁ ହିଂସାରେ ବ୍ୟବହୃତ ହୋଇଥିବା ପଥର, ବୋମା, ମାରଣାସ୍ତ୍ର ଆଦି ଥିବାର ଦେଖିବାକୁ ମିଳିଥିଲା । ତିହାର ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରିଥିବାର ଅଭିଯୋଗ ମଧ୍ୟ ରହିଛି । ଏନେଇ ପୋଲିସରେ ଅଭିଯୋଗ ମଧ୍ୟ ହୋଇଛି । ଏହା ପରେ ତାହିର ଅଣ୍ଡର ଗ୍ରାଉଣ୍ଡୁ ହୋଇ ଯାଇଥିଲେ ।
ତେବେ ଅଜି ତାହିର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ କୋର୍ଟକୁ ସରେଣ୍ଡର କରିବାକୁ ଆସିଥିଲେ । ହେଲେ କୋର୍ଟ ତାଙ୍କୁ ସରେଣ୍ଡର ଶୁଣାଣି ମନା କରିବାରୁ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ତେବେ ଫେବୃଆରୀ ୨୪ ତାରିଖ ଦିନ ସେ ତାଙ୍କ ଘରୁ ପଳାଇ ଥିଲେ । କାରଣ ତାଙ୍କ ପ୍ରତି ବିପଦ ଥିଲା । ଏହା ପରେ ହିଂସାକାରୀ ମାନେ ତାଙ୍କ ଘରେ କଣ କରିଛନ୍ତି ସେ ଜଣିନାହାନ୍ତି । ଏହା ସହ ତାହିର ନାର୍କେ ଟେଷ୍ଟ ପାଇଁ ରାଜି ଅଛନ୍ତି ବୋଲି କହିଛନ୍ତି ।