ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ ) : ଗତକାଲି ଦିଲ୍ଲୀ ବିଧାନସଭା ଆସନ ପାଇଁ ମତଦାନ ସରିଛି । ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ସସ୍ଥା ଏବେ ଏକଜିଟ ପୋଲ ପ୍ରକାଶ କରିଛନ୍ତି । ପ୍ରାୟ ସମସ୍ତ ଏକଜିଟ ପୋଲରେ ଆମଆଦମି ପାର୍ଟି ଆଗରେ ରହିଥିବା ଦେଖିବାକୁ ମିଳୁଛି । ଏବଂ ଦ୍ୱିତୀୟରେ ବିଜେପି ଓ ତୃତୀୟରେ କଂଗ୍ରେସ ରହିଛି ।
ମାତ୍ର ଏଥର ଏକଜିଟ ପୋଲରେ କଂଗ୍ରେସ ସ୍ଥିତି ନଥିବା ଦେଖିବାକୁ ମିଳିଛି । ତେବେ ଏହି ଏକଜିଟ ପୋଲ ଉପରେ ମତ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନୋଜ ତିୱାରୀ । ସେ ଏକ ଟ୍ୱିଟ କରି କହିଛନ୍ତି ଏକଜିଟ ପୋଲ ଫେଲ ହେବ । ଏବଂ ସେ କରିଥିବା ଟ୍ୱିଟକୁ ସେଭ କରି ରଖିବାକୁ ମଧ୍ୟ କହିଛନ୍ତି । ବିଜେପି ଦିଲ୍ଲୀରେ ୪୮ ଆସନରେ ସରକାର ଗଢିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ।
ये सभी एग्ज़िट पोल होंगे fail..
मेरी ये ट्वीट सम्भाल के रखियेगा..
भाजपा दिल्ली में ४८ सीट ले कर सरकार बनायेगी .. कृपया EVM को दोष देने का अभी से बहाना ना ढूँढे..🙏— Manoj Tiwari (@ManojTiwariMP) February 8, 2020
ଅନ୍ୟପଟେ ପଶ୍ଚିମ ଦିଲ୍ଲୀରୁ ବିଜେପି ସାଂସଦ ପରବେଶ ବର୍ମା ଟ୍ୱିଟ କରି କହିଛନ୍ତି ବିଜେପି ଦିଲ୍ଲୀରେ ୫୦ ଟି ଆସନରେ ସରକାର ଗଢିବ । ସେ ଆମ ଆପକୁ ୧୬ ଏବଂ କଂଗ୍ରେସକୁ ୪ ଟି ଆସନ ଯିବ ବୋଲି କହିଛନ୍ତି ।
11 तारीख़ को चुनाव के परिणाम भाजपा – 50 आप – 16 कांग्रिस – 4 धन्यवाद दिल्ली
— Parvesh Sahib Singh (@p_sahibsingh) February 8, 2020
ସୂଚନାଯୋଗ୍ୟ ଟାଇମସ ନାଓ ଏକଜିଟ ପୋଲ ମୁତାବକ ଦିଲ୍ଳୀରେ ଆପକୁ ୪୭ ଆସନ, ବିଜେପିକୁ ୨୩ ଆସନ, କଂଗ୍ରେସକୁ କୌଣସି ଆସନ ମିଳିବ ନାହିଁ । ସେହିଭଳି ଇଣ୍ଡିଆ ଟୁଡେ ମୁତାବକ ଆପକୁ ୫୯-୬୮ , ବିଜେପିକୁ ୨-୧୧ ଓ କଂଗ୍ରେସକୁ କୌଣସି ଆସନ ମିଳିବ ନାହିଁ । ରିପବ୍ଲିକ ଟିଭି ମୁତାବକ ଆପକୁ ୪୮-୬୧ , ବିଜେପିକୁ ୯-୨୧ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବ । ଏବିପି ସିଭୋଟର ମୁତାବକ ଆପକୁ ୪୯-୬୩ ଓ ବିଜେପିକୁ ୫-୧୯ , କଂଗ୍ରେସକୁ ୪ ଟି ଆସନ ମିଳିପାରେ ।