ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନରୁ ମୁକ୍ତ ହେବା ପରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭର୍ତ୍ତମାନଙ୍କର ଏବେ ଚିକିତ୍ସା ହେବା ସହ ବିଭିନ୍ନ ପ୍ରକାରର ତଦନ୍ତ ଜାରି ରହିଛି । ଅଭିନନ୍ଦନ ଗତକାଲି ତାଙ୍କ ପରିବାର ସଦସ୍ୟଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରିଛନ୍ତି । ଇତି ମଧ୍ୟରେ ଜାଣିବାକୁ ମିଳିଛି କି ଦୀର୍ଘ ଦୁଇ ଦିନ ଯାଏଁ ପାକିସ୍ତାନରେ ଅଭିନନ୍ଦନଙ୍କୁ ମାନସିକ ନିର୍ଯ୍ୟାତନା ମିଳୁଥିଲା ।
ରିପୋର୍ଟ ମୁତାବକ, ଅଭିନନ୍ଦନ ଭର୍ତ୍ତମାନଙ୍କ ସୂତ୍ରରୁ ଜାଣିବାକୁ ମିଳିଛି କି ପାକିସ୍ତାନରେ ତାଙ୍କୁ କୌଣସି ପ୍ରକାର ଶାରିରୀକ ନିର୍ଯ୍ୟାତନା ଦିଆଯାଇନଥିଲା ବରଂ ତାଙ୍କୁ ମାନସିକ ନିର୍ଯ୍ୟାତନାର ଶିକାର ହେବାକୁ ପଡିଥିଲା ।
ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭର୍ତ୍ତମାନ ବାୟୁସେନା ଅଧଇକାରୀଙ୍କୁ କହିଛନ୍ତି କି ସେ ପାକିସ୍ତାନର ମୁଖ୍ୟ ଗୁଇନ୍ଦା ବିଭାଗ ଆଇଏସଆଇ ଅଧିନରେ ଥିଲେ । ତାଙ୍କୁ ଆଇଏସଆଇ ପକ୍ଷରୁ କୌଣସି ଶାରିରୀକ ନିର୍ଯ୍ୟାତନା ଦିଆଯାଇନଥିଲା ବରଂ ତାଙ୍କୁ ମାନସିକ ରୁପେ ଭାଙ୍ଗି ପଡିବା ପାଇଁ ଚାପ ପକିଆ ଯାଇଥିଲା ।
ଏହାସହିତ ୱିଙ୍ଗ କମାଣ୍ଡଙ୍କୁ ଭାରତକୁ ପଠାଇବାରେ ବିଳମ୍ବ କରିବାର ମାଇଣ୍ଡଗେମ୍ ଆଇଏସଆଇ ହିଁ ଖେଳିଥିଲା । ଏହାଦ୍ୱାରା ସେ ଏକ ମାନସିକ ପ୍ରତାଡନା ମଧ୍ୟ ଦେଉଥିଲା । ସେହି ଅବସରରେ ୱିଙ୍ଗ କମାଣ୍ଡରଙ୍କ ଭିଡିଓ କରାଯାଇଥିଲା ଯେଉଁଥିରେ ସେ ପାକିସ୍ତାନ ସେନାର ପ୍ରଶଂସା ଏବଂ ଭାରତୀୟ ମିଡିଆର ଆଲୋଚନା କରୁଥିଲେ । ହୁଏତ ଏହି ଭିଡିଓରେ ଅନେକ କିଛି ଜିନିଷ ଯୋଡା ହୋଇଛି, ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ଆଇଏସଆଇ ତାର ମନ ଇଛା କଥା ଏହି ଭିଡିଓରେ ସାମିଲ କରିଛି ।
ଅଭିନନ୍ଦନ ଭର୍ତ୍ତମାନ ଫେବ୍ରୁଆରୀ ୨୭ ରେ ପାକିସ୍ତାନର ଯୁଦ୍ଧ ବିମାନ ଏଫ୍ ୧୬କୁ ମାରି ଖସାଇବା ପରେ ଭାରତୀୟ ବିମାନ ଦୁର୍ଘଟଣା ଘଟିବାରୁ ସେ ପାରାଚୁଟ୍ ଯୋଗେ ପାକ୍ ସୀମାରେ ପଡି ଯାଇଥିଲା । ଏହାପେର ତାଙ୍କୁ ପାକିସ୍ତାନୀ ସେନା ଗିରଫ କରି ନେଇଥିଲେ । ଭାରତ ପକ୍ଷରୁ ୱିଙ୍ଗ କମାଣ୍ଡଙ୍କୁ ମୁକ୍ତ କରିବା ପାଇଁ ଦାବି କରାଯିବାରୁ ତାଙ୍କୁ ଛଡା ଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଘୋଷଣା କରିଥିଲେ ।
ବର୍ତ୍ତମାନ ଭାରତଙ୍କୁ ଫେରି ଆସିଛନ୍ତି ବୀର ପୁତ୍ର ଅଭିନନ୍ଦନ । ତାଙ୍କର ଏବେ ବିଭିନ୍ନ ଚିକିତ୍ସ ଜାରି ରହିଛି । ସ୍ୱାସ୍ଥ୍ୟ ଚିକିତ୍ସା ପ୍ରକ୍ରିୟା ଶେଷ ହେବା ପରେ ତାଙ୍କର ପଚରା ଉଚରା ପ୍ରକ୍ରିୟା ଆରମ୍ଭ ହେବ ।