ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡ ଅଭିନନ୍ଦନ ଆଜି ପାକିସ୍ତାନରୁ ଭାରତକୁ ଫେରୁଛନ୍ତି । ଏନେଇ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମାରାନ ଖାନ୍ ସଂସଦରେ ଘୋଷଣା କରିଥିଲେ । ଭାରତୀୟ ପାଇଲଟକୁ ସୁରକ୍ଷିତ ଭାବେ ଶୁକ୍ରବାର ମାନେ ଆଜି ଭାରତକୁ ପଠାଇ ଦିଆ ଯିବ ବୋଲି ସେ ମତ ବ୍ୟକ୍ତ କରିଥିଲେ ।
ଅଭିନନ୍ଦନ ଭର୍ତ୍ତମାନଙ୍କ ବିମାନ ବୁଧବାର ପାକ୍ ଅଧିକୃତ ଅଞ୍ଚଳରେ ଖସି ପଡିଥିଲା । ଏହାପରେ ଅଭିନନ୍ଦନ ପାକିସ୍ତାନ ଅଧିନରେ ଥିଲେ । ପାକିସ୍ତାନରୁ ଫେରିବା ଖବର ଶୁଣିବା ପରେ ଏବେ ଅଭନନ୍ଦକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ୱାଘା ବର୍ଡରରେ ଲୋକ ତ୍ରିରଙ୍ଗା ଧରି ଛିଡା ହୋଇଛନ୍ତି ।
ପାକିସ୍ତାନର ଇସଲାମ ବାଦ୍ ରେ ୱିଙ୍ଗ କମାଣ୍ଡ ଅଭିନନ୍ଦଙ୍କୁ ଇଣ୍ଡିଆନ୍ ହାଇ କମିଶନ୍ ଙ୍କ ଦାୟିତ୍ୱରେ ଦିଆଯାଇଛି ।
ୱିଙ୍ଗ କମାଣ୍ଡଙ୍କୁ ସ୍ୱାଗତ ଜଣାଇବା ପାଇଁ ଚାରି ଆଡୁ ପ୍ରସ୍ତୁତି ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ଓଡିଶାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତି ସାମ୍ନାକୁ ଆସିଛି ।
#WelcomeHomeAbhinandan …..#JaiHind pic.twitter.com/9RPx2B5rd6
— Sudarsan Pattnaik (@sudarsansand) March 1, 2019
ସେପଟେ ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇବା ପାଇଁ ଅମୃତଶରରେ ପହଞ୍ଚିଛନ୍ତି ବାୟୁସେନାର ଏକ ଟିମ୍ । ଅମୃତଶରର ଡେପୁଟି କମିଶନର ଶିବ ଦୁଲ୍ଲାର ସିଂହ କହିଛନ୍ତି କି, ଔପଚାରିକତା ରହିଛି ସେଥିପାଇଁ କହିହେବନି କି ଅଭିନନ୍ଦନ କେଉଁ ସମୟରେ ଫେରିବେ । କିନ୍ତୁ ବାୟୁସେନା ଏକ ଟିମ୍ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଅମୃତଶରରେ ଆସି ପହଁଚି ସାରିଛନ୍ତି ।