ଉନ୍ନାଓ ( ଏଟିଆର ବ୍ୟୁରୋ): ଉନ୍ନାଓ ଦୁଷ୍କର୍ମ ପୀଡିତାର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଗତକାଲି ରାତି ୧୧.୪୦ ରେ ସଫଦରଜଙ୍ଗ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଅଭିଯୁକ୍ତଙ୍କ ମା କହିଛନ୍ତି ପୁଅ ଯଦି ଦୋଷ କରିଛି ତାକୁ ଦଣ୍ଡ ଦିଆଯାଉ । ଅଭିଯୁକ୍ତ ଶିବମ ଓ ଶୁଭମଙ୍କ ମା ଏହି ବୟାନ ରଖିଛନ୍ତି । ତେବେ ଏନେଇ ଅଭିଯୁକ୍ତଙ୍କ ଗାଁ ମୁଖିଆ କହିଛନ୍ତି ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ।
ଅନ୍ୟପଟେ ଏହାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ତାଙ୍କ ସରକାର ଏହି ମାମଲାକୁ ଫାଷ୍ଟଟ୍ରାକ କୋର୍ଟକୁ ନେବେ । ସେପଟେ ପୀଡିତାଙ୍କ ମା କହିଛନ୍ତି ଅଭିଯୁକ୍ତଙ୍କୁ ଗୋଡାଇ ଗୋଡାଇ ମରାଯାଉ । ନଚେତ ସେମାନଙ୍କୁ ଫାଶୀ ଦିଆଯାଉ । ସେମାନଙ୍କୁ ଫାଶୀ ମିଳିଲେ ଯାଇ ମୋ ଝିଅର ଆତ୍ମା ଶାନ୍ତି ପାଇବ ।