ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ଦୁଇ ବର୍ଷ ପରେ ଦେଶରୁ ସମସ୍ତ କରୋନା କଟକଣା ହଟାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଜାତୀୟ ବିପର୍ଯୟ ପରିଚାଳନା କତ୍ତୃପକ୍ଷ ଏବଂ ଗୃହମନ୍ତ୍ରାଳୟ ପକ୍ଷରୁ କରୋନା ପାଇଁ ଲାଗୁ ହୋଈଥିବା ନିୟମକୁ ରଦ୍ଦ କରାଯାଇଛି । ଅବଶ୍ୟ ନିର୍ଦ୍ଦେଶରେ କୁହାଯାଇଛି କି ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ଅବଲମ୍ବନ ବର୍ତ୍ତମାନ ଜାରି ରହିବ ।
ଦେଶରୁ କରୋନା ମାମଲା ହ୍ରାସ ହେବା ପରେ ସରକାର ଏହି ନିଷ୍ପତି ନେଇଛନ୍ତି । ୩୧ ମାର୍ଚ୍ଚରୁ ଦେଶରୁ ସମସ୍ତ କୋଭିଡ କଟକଣା ହଟାଇବା ପାଇଁ ନିଷ୍ପତି ନିଆଯାଇଛି ।