ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଉ ଓଡିଶାରେ ରହି ପାରିବେ ନାହିଁ ଅନୁପ୍ରବେଶ କାରୀ । ଆସାମ ଭଳି ଓଡିଶାରେ ଖୁବ ଶୀଘ୍ର ଲାଗୁ ହୋଇପାରେ ଏନଆରସି । ଏନେଇ ଗୃହ ମନ୍ତ୍ରଣାଳୟ ଚିଠି ଲେଖି ଭାରତର ରେଜିଷ୍ଟାର ଜେନେରାଲଙ୍କୁ ଜଣାଉଛନ୍ତି । ସୂଚନାଯୋଗ୍ୟ କେନ୍ଦ୍ରାପଡ଼ାରେ ଏନଆରସି ଲାଗୁ ସମ୍ପର୍କରେ ଏହି ଚିଠିରେ ଉଲ୍ଲେଖ ରହିଛି । ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ହାଇକୋର୍ଟ ନିଜର ରାୟ ଚଳିତ ବର୍ଷ ଜାନୁଆରୀ ମାସ ୨୧ତାରିଖରେ ପ୍ରଦାନ କରିଛନ୍ତି ।
ତେବେ ଗୃହ ମନ୍ତ୍ରଣାଳୟ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ,ଏନଆଇସି ଲାଗୁ ପାଇଁ ହାଇକୋର୍ଟର ନିର୍ଦ୍ଦେଶ ଅଛି । ଏଥିରେ ଆମିକସ୍ କ୍ୟୁରିଙ୍କ ପରାମର୍ଶ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯାଇଛି । ଆମିକସ୍ କ୍ୟୁରି ପଠାଇଥିବା ଇ-ମେଲକୁ ରେଜିଷ୍ଟାର ଜେନେଲାଲକୁ ପଠାଇଛି ଗୃହ ମନ୍ତ୍ରାଳୟ । ଏହି ନିୟମ ଯଦି ଓଡିଶାରେ ଲାଗୁ ହୁଏ ତେବେ ଏହାର ସିଧା ପ୍ରଭାବ ପଡିବ କେନ୍ଦ୍ରାପଡାରେ ରହୁଥିବା ବାଂଲାଦେଶୀଙ୍କ ଉପରେ ।
ଏହି ନିୟମ ଅନୁଯାୟୀ କେନ୍ଦ୍ରପଡାରେ ରହୁଥିବା ବାଂଲାଦେଶୀ ନାଗରିକମାନେ ଆଉ ରହି ପାରିବେ ନାହିଁ । ଅନ୍ୟପଟେ ସେମାନେ ମତ ଦେଇଛନ୍ତି ଆମେ ବାଂଲାଦେଶରୁ ଆସିଛୁ ସତ ହେଲେ ଆମ ପିଲାମାନେ ଏହି ଠାରେ ହିଁ ଜନ୍ମ ଓ ସେମାନେ କାହଁ କେତେ ବର୍ଷରୁ ଏଠାରେ ରହିଲେଣି ତେଣୁ ସେ ଏହି ଜାଗା ଛାଡି କେଉଁ ଆଡେବି ଯିବେ ନାହିଁ । ନିକଟରେ କିନ୍ତୁ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ସାରା ଦେଶରେ ଏନଆସି ଲାଗୁ ହେବ ବୋଲି ।