ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଇ ସିଗାରେଟ ପରି ଏବେ ବଜାରରେ ମିଳୁଥିବା ସାଧାରଣ ସିଗାରେଟକୁ ବ୍ୟାନ କରାଯାଇ ପାରେ । ଏକ ଏନଜିଓ ପକ୍ଷରୁ ଆବେଦନ କରାଯାଇ ପାରେ । ଯାଚିକା ଦାଖଲ କରିବାକୁ ଥିବା ଏନଜିଓର କହିବା କଥା ଇ- ସିଗାରେଟ ଠାରୁ ଅଧିକ ଭୟଙ୍କର ହେଉଛି ବଜାରରେ ମିଳୁଥିବା ସାଧାରଣ ସିଗାରେଟ । ଯାହା ଏବେ କ୍ୟାନସର ରୋଗ ବଢିବାର ମୁଖ୍ୟ କାରଣ ପାଲଟିଛି ।
କେବଳ ଯେ ସିଗାରେଟ ବ୍ୟାନ କରାଯିବ ତା ନୁହେଁ ସିଗାରେଟ ସମେତ କ୍ୟାନସର ବଢାଉଥିବା ଅନ୍ୟ ଉପଦାନର ପ୍ରଚଳନ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯିବ । ଏହି ଏନଜିଓର ନାଁ ରହିଛି ଉର୍ଜା ( ୟୁନାଇଟେଡ ରେଜିଡେଣ୍ଟସ ଜଏଣ୍ଟ ଆକ୍ସନ) ପକ୍ଷରୁ ଏହି ଯାଚିକା ଦିଆଯିବ । ସେହିଭଳି ହାଇଦ୍ରାବାଦର ଏକ ସାମାଜିକ ସଂଗଠନ ଧୁମ୍ରପାନ ଜନିତ କ୍ୟାନସରର ଚିକିତ୍ସା ପାଇଁ କମ୍ପାନୀ ହେଉ ଅବା ସରକାର ୫ ଲକ୍ଷ । ଏବଂ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ବୋଲି ଅଭିଯୋଗ ଦାଖଲ କରିବେ ।