ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା ଲଢେଇ । ଇତିମଧ୍ୟରେ ଦୁଇଟି ରାଜ୍ୟ ପାଇଁ ଖୁସୀ ଖବର ଆସିଛି । ଆଜ୍ଞା ହଁ ଗୋଆ ପରେ ଏବେ ମଣିପୁର ବି କରୋନା ସଂକ୍ରମଣରୁ ମୁକ୍ତ ହୋଇଛି । ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି , ମୋତେ କହିବାକୁ ଖୁସୀ ଲାଗୁଛି କି ଏବେ ମଣିପୁର କରୋନା ମୁକ୍ତ ହୋଇଯାଇଛି । ଏବେ ମଣିପୁରର ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଯାଇଛନ୍ତି । ସେମାନଙ୍କର ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି ଏବଂ ରାଜ୍ୟରେ ଆଉ କିଛି ନୂଆ ମାମଲା ସାମ୍ନାକୁ ଆସିନାହିଁ ।
ସୂଚନାଯୋଗ୍ୟ, ମଣିପୁରରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ଦୁଇ ଜଣଙ୍କର ରିପୋର୍ଟ ଏବେ ନେଗେଟିଭ୍ ଆସିବା ପରେ ଏବେ ରାଜ୍ୟ କରୋନା ମୁକ୍ତ ହୋଇଯାଇଛି । ଏହି ଦୁଇଟି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବିଦେଶ ଫେରନ୍ତା ଥିବା ବେଳେ ଜଣେ ଦିଲ୍ଲୀ ନିଜାମୁଦ୍ଦିନ ସଂଶ୍ପର୍ଷରେ ଥିଲେ ।
ଅନ୍ୟପଟେ ଗୋଆରେ ଏବେ ିସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଯାଇଛନ୍ତି । ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏମାନ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ଗୋଆ କରୋନା ମୁକ୍ତ ହୋଇଯାଇଛି ।