ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ଦିନ ଯାଏଁ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ନିଜ ଅଧିନରେ ରଖିବା ପରେ ଏବେ ମୁକ୍ତ କରିଛି । ନିଜ ଦେଶକୁ ଫେରି ଆସିଛନ୍ତି ଅଭିନନ୍ଦନ । କମାଣ୍ଡରଙ୍କ ସାହାସ ଏବଂ ଭୀରୁତାକୁ ନେଇ ଚାରିଆଡୁ ପ୍ରଶଂସାର ଶୁଅ ଛୁଟୁଛି । ଏବେ ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ଅଭିନନ୍ଦନ । କେବଳ ଏତିକି ନୁହେଁ ଲୋକେ ଅଭିନନ୍ଦନଙ୍କ ନିଶ ପାଇଁ ମଧ୍ୟ ଫିଦା ହୋଇ ଯାଇଛନ୍ତି ।
ଅଭିନନ୍ଦନଙ୍କ ନିଶ ଯୁବପିଢୀଙ୍କୁ ଏତେ ମାତ୍ରାରେ ପାଗଳ କରିଛି ଯେ ଅବିକଳ ଅଭିନନ୍ଦନଙ୍କ ଭଳି ନିଶ କାଟିବା ପାଇଁ ସେଲୁନରେ ଭିଡ ଲାଗିଛି । ତାମିଲନାଡୁର ଯୁବପିଢୀଙ୍କୁ ‘ଗନସ୍ଲିଙ୍ଗର’ ନିଶର କ୍ରେଜ୍ ଚଢିଛି । ସୋସିଆଲ ମିଡିଆରେ ବି ଅିନନ୍ଦନଙ୍କ ନିଶ ଖୁବ୍ ଟ୍ରେଣ୍ଡ କରୁଛି । ଯୁବପିଢୀ ତାଙ୍କ ଷ୍ଟାଇଲକୁ କପି କରିବା ପାଇଁ ବିଶେଷଜ୍ଞଙ୍କୁ ସାକ୍ଷାତ କରୁଛନ୍ତି ।
ଲୋକେ ଏବେ ବାୟୁସେନାର ପାଇଲଟଙ୍କ ନିଶ ଭଳି ନିଜର ନିଶ ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ ସର୍ବଦା ଫିଲ୍ମ ହିରୋଙ୍କ ଷ୍ଟାଇଲକୁ ସେ ଆପଣାଇ ଥାନ୍ତି । ମାତ୍ର ଏଥରକ ସେ ଅସଲ ହିରୋଙ୍କ ପ୍ରେରଣା ନେବାକୁ ଚାହାନ୍ତି । ତାଙ୍କ କହିବାନୁଯାୟୀ ଆମ ଦେଶର ଯବାନ ଅମା ପାଇଁ ଏତେ ବଳିଦାନ ଦେଉଛନ୍ତି । ଏହା ତାଙ୍କ ଧନ୍ୟବାଦ ଜଣାଇବାର ଏକ ଉପାୟ । ଚେନ୍ ନ୍ୟାଚୁରାଲ ସେଲୁନର ମୁଖ୍ୟ ନିଷ୍ପାଦନ ଅଧିକାରୀ କହିଛନ୍ତି କି ୱିଙ୍ଗ କମାଣ୍ଡ ଅଭିନନ୍ଦନ ଭାରତ ଫେରିବା ପରେ ତାଙ୍କ ନିଶକୁ ନେଇ ଅନେକ ପ୍ରଶ୍ନ ଆସୁଛି ।