ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଗତ ଦୁଇ ବର୍ଷ ହେବ ସେନାରେ ଭର୍ତ୍ତି ହୋଇ ପାରିନଥିବା ଯୁବଗୋଷ୍ଟିଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ଅଗ୍ନିପଥ ଯୋଜନାରେ ଯୁବକମାନେ ସେନାରେ ଭର୍ତ୍ତି ହୋଇପାରିବେ । ଏଥିପାଇଁ ପ୍ରାର୍ଥୀଙ୍କ ବୟସ ସୀମାକୁ ୨୧ ରୁ ୨୩ ବର୍ଷକୁ ବୃଦ୍ଧି କରିଛନ୍ତି ସରକାର । କିନ୍ତୁ କେବଳ ଚଳିତ ଥର ପାଇଁ ଏହି ନିୟମ ଲାଗୁ କରାଯିବ ।
ସେନାରେ ଭର୍ତ୍ତି ହେବା ପାଇଁ ବୟସ ସୀମା ୧୭ ରୁ ୨୧ ବର୍ଷ ବୟସ ବର୍ଗଙ୍କୁ ନିର୍ଦ୍ଧାରିତ କରିଥିଲେ ସରକାର । କିନ୍ତୁ ଚଳିତଥର ବୟସ ସୀମାକୁ ୨୩ ବର୍ଷକୁ ବୃଦ୍ଧି କରାଯାଇଛି । ଏହ ନିୟମ କେବଳ ଗୋଟେବର୍ଷ ପାଇଁ ଲାଗୁ କରାଯିବ ।