ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଜଳୁଛି ବିଦ୍ରୋହର ନିଅାଁ । ଏହାରି ମଧ୍ୟରେ ଏହି ବିବାଦକୁ ଶେଷ କରିବା ପାଇଁ ସରକାର ଅନେକ ଘୋଷଣା କରୁଛନ୍ତି । ସେହିଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ ଘୋଷଣା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ଅଗ୍ନିବୀରଙ୍କୁ ଶସ୍ତାରେ ଋଣ ସୁବିଧା ମଧ୍ୟ ଦିଆଯିବ ।
ପ୍ରତିରକ୍ଷା ମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି କହିଛନ୍ତି କି, ଯେଉଁ ଯୁବକ ଚାରି ବର୍ଷ ସେନା ରେ ସେବା ଯୋଗାଇବା ପରେ ବାହାରକୁ ଆସିବେ ସେ ଆଜୀବନ ଅଗ୍ନିବୀର ରହିବେ । ଖୁସୀର କଥା ହେଉଛି ଅଗ୍ନିବୀରଙ୍କ ସେନା ସେବା ଶେଷ ହେବା ପରେ ସରକାରୀ ବିଭାଗରେ ଚୟନ ପାଇଁ ସେମାନଙ୍କୁ ପ୍ରାଥମିକତା ଦିଆଯିବାର ଘୋଷଣା ହୋଇଛି । ଯଦି ସେମାନେ କୌଣସି ଅନ୍ୟ ସ୍ଥାନରେ କାମ କରିବାକୁ ଚାହିଁବେ ତେବେ ତାଙ୍କୁ ଶସ୍ତାରେ ଋଣ ସୁବିଧା ମଧ୍ୟ ପ୍ରଦାନ କରାଯିବ ।