ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଗସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ବଡ ସଫଳତା ମିଳିଛି । ଏହି ମାମଲାରେ ଗତକାଲି ତଦନ୍ତ ଏଜେନ୍ସି ଆଉ ଜଣେ ମଧ୍ୟସ୍ତି ସୁଶେନ ମୋହନ ଗପ୍ତାକୁ ଗିରଫ କରିଛି । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ମୋହନ ଗୁପ୍ତାଙ୍କୁ ହାଜର କରାଯିବ ।
ରିପୋର୍ଟ ମୁତାବକ, ପୂର୍ବରୁ ଅନେକ ଥର ଏହି ମାମଲାରେ ତଦନ୍ତ ଏଜେନ୍ସି ପକ୍ଷରୁ ଗୁପ୍ତାଙ୍କୁ ପଚରା ଉଚରା କରାଯାଇଛି, କିନ୍ତ ସେ ତଦନ୍ତରେ ସହଯୋଗ ନକରିବାରୁ ଗତକାଲି ରାତିରେ ତାଙ୍କୁ ଗିରଫ କରାଯାଇଛି ।
ଅଗସ୍ତା ୱେଷ୍ଟଲାଣ୍ଡ ଘୋଟଲା ମାମଲାରେ ଅଭଯୁକ୍ତ ରାଜୀବ ସକସେନା ଏବେ ସରକାରୀ ସାକ୍ଷୀ ହୋଇଯାଇଛନ୍ତି । ସିବିଆଇର ସ୍ପେଶାଲ ଅଦାଲତ ପକ୍ଷରୁ ସକସେନାଙ୍କୁ ସରକାରୀ ସାକ୍ଷୀ ହେବା ପାଇଁ ଅନୁମତି ଦିଆଯାଇଛି । ଏହି ଘଟଣାରେ ମଧ୍ୟସ୍ତି ଥିବା ମିଶେଲ ଦୁବାଈରୁ ପ୍ରତ୍ୟର୍ପଣ ହେବା ପରେ ଗତବର୍ଷ ଡିସେମ୍ବର ୨୨ରେ ତାଙ୍କୁ ଗିରଫ କରାଯାଇଥିଲା ।
ମିଶେଲ ସେହି ତିନି ଜଣ ମଧ୍ୟସ୍ତି ମଧ୍ୟରେ ସାମିଲ ଅଛନ୍ତି, ଯାହା ବିପକ୍ଷରେ ଘୋଟାଲାର ସିବିଆଇ ତଦନ୍ତ ଚାଲିଛି । ମିଶେଲ ତାଙ୍କ ଦୁଇ ସାଥୀଙ୍କ ସହ ମିଶି ଏହି ଅପରାଧିକ ଷଡଜନ୍ତ୍ର ରଚିଥିଲେ ବୋଲି ତାଙ୍କ ନାଁରେ ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜାଣିବାକୁ ମିଳିଛି ଯେ ମିଶେଲ ତାଙ୍କର ଦୁବାଇ କମ୍ପାନୀ ଗ୍ଲୋବାଲ ସର୍ବିସେଜ୍ ମାଧ୍ୟମରେ ଦିଲ୍ଲୀର ଏକ କମ୍ପାନୀକୁ ସାମିଲ କରିଥିଲେ ଏବଂ ପୁଣି ଅଗଷ୍ଟା ୱେଷ୍ଟଲାଣ୍ଡରୁ ଲଶଞ୍ଚ ନେଇଥିଲେ ।