ନୂଆଦିିଲ୍ଲୀ (ଏଟିଆର ବ୍ୟୁରୋ): ଚୀନରେ ବ୍ୟାପୁଥିବା କରୋନା ଭାଇରସ ଏବେ ମହାମାରୀର ରୂପ ନେଲାଣି । ଚୀନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ଏବେ ପର୍ଯ୍ୟନ୍ତ ଚୀନରେ ଏହି ଭାଇରସର ଆକ୍ରାନ୍ତରେ ୨୫୯ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ସେହିଭଳି ଏହି ଭାଇରସରେ ୧୧୭୯୧ ରୁ ଅଧିକ ରୋଗ ଆକ୍ରାନ୍ତ ହୋଇ ସାରିଲେଣି । ସେପଟେ ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଗ୍ଲୋବାଲ ଏମର୍ଜେନ୍ସି (ଆନ୍ତର୍ଜାତିକ ଜନସ୍ୱାସ୍ଥ୍ୟ ସଙ୍କଟ ) ଘୋଷଣା କରିବା ଏବେ ଚିନ୍ତା ଆହୁରି ଅଧିକ ବଢିଛି । ଡବ୍ଲୁଏଚଓ ଏହି ଘୋଷଣା କରିବା ପରେ ବିଭିନ୍ନ ଦେଶ ଚୀନରେ ଥିବା ନିଜ ଦେଶର ନାଗରିକ ମାନଙ୍କୁ ଫେରାଇ ନେବାକୁ ପକ୍ରିୟା ଆରମ୍ଭ କରି ଦେଇଛି ।
ଏହି ଅବସରରେ ଗତକାଲି ଭାରତ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନକୁ ଚୀନର ଉହାନ ପଠାଇଥିଲା । ଏହି ବିମାନଟି ସେଠାର ପହଞ୍ଚିବା ପରେ ସେଠାରେ ଥିବା ୩୨୪ ଭାରତୀୟଙ୍କୁ ଏୟାର ଏହି ବିମାନ ଆଜି ନୂଆଦିଲ୍ଲୀ ଫେରାଇ ଆଣିଛି । ଏହି ବିମାନରେ ରାମ ମନୋହର ଲୋହିଆ ହସ୍ପିଟାଲର ୫ ଜଣ ଡାକ୍ତର ଏବଂ ଜଣେ ପାରାମେଡିକାଲ୍ ଷ୍ଟାଫ୍ ଅଛନ୍ତି। ସେପଟେ ଦେଶର ପ୍ରଥମ କରୋନା ଆକ୍ରାନ୍ତ କେରଳରୁ ଚିହ୍ନଟ ହୋଇଥିବା ବେଳେ ଏବେ ଦିଲ୍ଲୀରେ ରହିଥିବା ଜଣା ପଡିଛି । ଦିଲ୍ଲୀ ବିମାନ ବନ୍ଦରରେ ଚୀନରୁ ଫେରିଥିବା ୫ ଜଣ ଭାରତୀୟଙ୍କୁ ଯାଞ୍ଚ କଲାବେଳେ ସେମାନଙ୍କ ଦେହରେ କରୋନା ଭାଇରସ ଥିବା ଲକ୍ଷଣ ଦେଖା ଦେଇଛି ।