ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ସାବଧାନତାର ସହିତ ଦେଶରେ ଘରୋଇ ଉଡାଣ ସେବା ଆରମ୍ଭ ହୋଇଯାଇଛି । ନିୟମରେ ପରିବର୍ତ୍ତନ ଏବଂ କଡା ନିର୍ଦ୍ଦେଶନାମା ସହିତ ବିମାନ କମ୍ପାନୀ ଗୁଡିକ ଉଡାଣ ସେବା ଆରମ୍ଭ କରିଦେଇଛନ୍ତି । ମାତ୍ର ଗତ ଶନିବାର ଦିନ ଏୟାରଇଣ୍ଡିଆର ଦିଲ୍ଲୀ ମସ୍କୋ ବିମାନରେ ଜଣେ ପାଇଲଟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏୟାର ଇଣ୍ଡିଆ ଏକ ନୂତନ ଦିଶାନିର୍ଦ୍ଦେଶ ଜାରି କରିଛି ।
ପାଇଲଟ ଏବଂ କ୍ୟାବିନ୍ କ୍ରିଉ ମେମ୍ବରକୁ ଏୟାର ଇଣ୍ଡିଆ ସ୍ପଷ୍ଟ କରିଦେଇଛି କି ବିମାନକୁ ଯିବା ପୂର୍ବରୁ ସେମାନଙ୍କର କରୋନା ଟେଷ୍ଟ କରାଯିବ । ଏହାସହିତ ରିପୋର୍ଟ ନେଗେଟିଭ ଆସିବା ପରେ ବିମାନ ଉଡାଣ ଭରି ପାରିବେ ।
ଶନିବାର ଦିନ ବିନା କୌଣସି ଯାତ୍ରୀରେ ଦିଲ୍ଲୀରୁ ମସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଅଧାରୁ ଫେରିବାକୁ ପଡିଥିଲା । କାରଣ ବିମାନର ଗ୍ରାଉଣ୍ଡ ଷ୍ଟାଫ ଅନୁଭବ କରିଥିଲେ କି ବିମାନରେ ଜଣେ କରୋନା ଭାଇରସ ସଂକ୍ରମିତ ରୋଗୀ କହିଥିଲେ ।