ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବାୟୁ ପ୍ରଦୂଷଣ ଏବେ ସାରା ଦେଶ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମେ ପ୍ରତିଦିନ ନିଶ୍ୱାସରେ ନେଉଥିବା ବାୟୁରେ ଭରି ରହିଛି ବିଷ । ଦୀର୍ଘ ବର୍ଷ ହେଲା ପ୍ରତିବର୍ଷ ଜୁନ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରି ଆସୁଥିଲେ ସୁଦ୍ଧା ଏହା କେବଳ କାଗଜ ସଚେତନତାରେ ଅଟକି ଯାଇଛି । ଯାହାରଏକ ଜ୍ୱଳନ୍ତ ଉଦାହରଣ ହେଉଛି ବାୟୁ ପ୍ରଦୂଷଣ । ଭାରତରେ ପ୍ରତିବର୍ଷ ପାଖାପାଖି ୧୨ ଲକ୍ଷ ନୀରିହ ଜୀବନ କେବଳ ବାୟୁପ୍ରଦୂଷଣ ଜନିତ ରୋଗରେ ଯାଉଛି ।
ଏଇ ନିକଟରେ ଷ୍ଟେଟ ଆଫ ଗ୍ଲୋବାଲ ଏୟାର ରିପୋର୍ଟର ତଥ୍ୟ ଅନୁସାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମୃତ୍ୟୁ ହେୁଥିବା ଲୋକମାନଙ୍କ ମଧ୍ୟରୁ ତୃତୀୟ ସର୍ବାଧିକ କାରଣ ବାୟୁ ପ୍ରଦୂଷଣ ହିଁ ରହିଛି । ସେହିଭଳି ୨୦୧୭ ତଥ୍ୟକୁ ଯଦି ଆମେ ନଜର ପକାଇବା ତେବେ ଭାରତରେ ୧୨ ଲକ୍ଷ ଓ ଚୀନରେ ସର୍ବାଧିକ ୧୪ ଲକ୍ଷ ଲୋକଙ୍କର ମୃତ୍ୟୁର କାରଣ ରହିଛି ବାୟୁ ପ୍ରଦୂଷଣ ଜନୀତ ରୋଗ ।
ଆମେ ଯଦି ଭାରତକୁ ନଜର ପକାଇବା ରାଜଧାନୀ ଦିଲ୍ଲୀ ସବୁଠାରୁ ଅଧିକ ବାୟୁ ପ୍ରଦୂଷଣ ସହର । ବାୟୁପ୍ରଦୁଷଣ ପାଇଁ ଭାରତରେ ଗୋଟେ ଲୋକର ଜୀବନ କାଳରୁ ୫ ବର୍ଷରୁ ସାଢେ ୫ ବର୍ଷ ଆୟୁଷ କମି ଯାଉଛି । ସେହିଭଳି ୨୦୧୭ରୁ ୨୦୧୯ ମଧ୍ୟରେ ବାୟୁ ପ୍ରଦୂଷଣ ସସ୍ପର୍ଶରେ ଆସି ଷ୍ଟ୍ରୋକ, ସୁଗାର , ହାର୍ଟ ଆଟାକ, ସ୍ୱାସ ସମସ୍ୟା ଜନିତ ରୋଗରେ ପାଖାପାଖି ୫୦ ଲକ୍ଷ ଲୋକଙ୍କର ଜୀବନ ଯାଇଛି ।