ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଗିରଫ ହେବେନି ପି . ଚିଦାମ୍ବରମ ଓ ତାଙ୍କ ପୁଅ । ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଆନ୍ତରୀଣ ଅବଧି ବଢିଲା । ଏହି ଅବଧି ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡିଛି । ଏୟାରସେଲ – ମାକ୍ସିସ ମାମଲାରେ ପି ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ହେପାଜତକୁ ନେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଏହାର ଗୋଟିଏ ଦିନ ପୂର୍ବରୁ ଆବେଦନ କରାଯାଇଥିଲା ।
ହେଲେ ଆଜି ଦିଲ୍ଲୀ ସ୍ଥିତ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚିଦାମ୍ବରମ ବାପ – ପୁଅଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କହିଛନ୍ତି । ସେପଟେ ଚିଦାମ୍ବରମ ବାପ – ପୁଅ ତଦନ୍ତରେ ସହଯୋଗ କରୁନଥିବା ଦର୍ଶାଇ ପ୍ରବତ୍ତନ ନିର୍ଦ୍ଦେଶାଲୟ ତରଫରୁ ଆଡିସିନାଲ ସଲିସିଟର ତୁଷାର ମେହେଟାଙ୍କ ଜରିଆରେ ଆବେଦନ କରାଯାଇଥିଲା ।
ଚିଦାମ୍ବରମ ତଦନ୍ତରେ ସହେଯାଗ ନ କରିବା ସହ ଛଳନାତ୍ମକ ଓ ଅସହଯୋଗ କରୁଥିବାରୁ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିବା ପାଇଁ ମଧ୍ୟ ଇଡି ଆବେଦନ କରିଥିଲା । ତେବେ ଆଜି ସିବିଆଇର ସ୍ୱତନ୍ତ୍ର କୋର୍ଟ ଙ୍କ ନିର୍ଦ୍ଦେଶକ୍ରମେ ପି .ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଗିରଫ କରାଯିବନାହିଁ ବୋଲି କହିଥିବା ଜଣାପଡିଛି ।