ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କ ପରଲୋକ ଘଟିଛି । କାର୍ଡିୟକ ଅରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ତାଙ୍କ ପୁଅ ସୋସିଆଲ ମିଡିଆରେ ଜଣାଇଛନ୍ତି । ଅଜିତ୍ ଯୋଗୀଙ୍କର କାର୍ଡିୟକ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୨୦ ଦିନ ହେବ ସେ ଭେଣ୍ଟିଲେଟରରେ ଥିଲେ । ଏହାପରେ ଆଜି ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ପିତାଙ୍କ ମୃତ୍ୟୁ ପରେ ପୁଅ ଅମିତ ଯୋଗୀ ଭାବବିହ୍ୱଳ ହୋଇ ଏକ ଟ୍ୱିଟ୍ କରିଥିଲେ । ସେ ଲେଖିଛନ୍ତି କି ୨୦ ବର୍ଷିୟ ଯୁବା ଛତିଶଗଡ ରାଜ୍ୟର ମୁଣ୍ଡ ଉପରୁ ଆଜି ତାର ପିତାର ହାତ ହଟି ଯାଇଛି । କେବଳ ମୁଁ ନୁହେଁ ବରଂ ଛତିଶଗଡ ତାଙ୍କର ନେତା ନୁହେଁ ନିଜ ପିତାକୁ ହରାଇଛି । ଅଜିତ୍ ଯୋଗୀ ଏବେ ଅଢେଇ କୋଟି ଲୋକଙ୍କ ପରିବାର ଛାଡି ଇଶ୍ୱରଙ୍କ ପାଖକୁ ଚାଲିଯାଇଛନ୍ତି ।
ରାଜ୍ୟ ଗଠନ ପରେ ୨୦୦୦ ମସିହା ନଭେମ୍ବର ମାସରୁ ୨୦୦୩ ମସିହା ନଭେମ୍ବର ପର୍ଯ୍ୟନ୍ତ ଅଜିତ୍ ଯୋଗୀ ଜରୁରୀକାଳୀନ କଂଗ୍ରେସ ସରକାରରେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟ କରିଛନ୍ତି ।