ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡେବିଟ କାର୍ଡ ଏବଂ କ୍ରେଡିଟ୍ କାର୍ଡ ର ବ୍ୟବହାରକାରୀଙ୍କ ପାଇଁ ଜରୁରୀ ଖବର । ଯଦି ଆପଣ କ୍ରେଡିଟ ଏବଂ ଡେବିଟ୍ କାର୍ଡ ରେ ୧୬ ମାର୍ଚ୍ଚ ୨୦୨୦ ସୁଧା ଅନଲାଇନ୍ କରିନଥିବେ ତେବେ ଏହି ସୁବିଧା ବନ୍ଦ ହୋଇଯିବ । ଏହି ସୁବିଧାକୁ ଜାରି ରଖିବାକୁ ହେଲେ ମାର୍ଚ୍ଚ ୧୬ ପୂର୍ବରୁ ଆପଣଙ୍କୁ ଗୋଟେ ଥର ଅନଲାଇନ୍ ଟ୍ରାଞ୍ଜାକ୍ସନ କରିବା ନିହାତି ଆବଶ୍ୟକ । ଅନ୍ୟ ସେବା ପାଇଁ ଆପଣଙ୍କ ଡେବିଟ୍/କ୍ରେଡିଟ୍ କାର୍ଡ ଚାଲୁ ରହିବ ।
ପ୍ରକୃତରେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଦ୍ୱାରା ନେଣ ଦେଣର ସୁରକ୍ଷା ବଢାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୫ ଜାନୁଆରୀ ୨୦୨୦ କୁ ଏକ ଅଧିସୂଚନା ଜାରି କରାଯାଇଥିଲା । ଏଥିରେ କାର୍ଡ ଜାରି କରୁଥିବା କମ୍ପାନୀ ଏବଂ ବ୍ୟାଙ୍କକୁ ସେହି ସବୁ କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡର ଅନଲାଇନ୍ ନେଣ ଦେଣ ବନ୍ଦ କରିବାକୁ କୁହାଯାଇଥିଲା । ଯେଉଁମାନେ ଅନଲାଇନ୍ ନେଣ ଦେଣ ପାଇଁ କଦାପି କାର୍ଡ ଉପଯୋଗ କରି ନାହାନ୍ତି ।
ଅନଲାଇନ୍ ଟ୍ରାଞ୍ଜାକ୍ସନ ବା କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ କ’ଣ?
କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ ଦ୍ୱାରା କାର୍ଡହୋଲ୍ଡରକୁ ଟ୍ରାଞ୍ଜାକ୍ସନ ପାଇଁ କାର୍ଡ ସ୍ୱାଇପ କରିବାର
ଆବଶ୍ୟକ ପଡିନଥାଏ । ପଏଣ୍ଟ ଅଫ୍ ସେଲ୍ ମେସିନ୍ ସହାୟତାରେ ପେମେଣ୍ଟ ହୋଇଥାଏ । ଗୋଟେ ଟ୍ରାଞ୍ଜାକ୍ସନର ଲିମିଟ୍ ୨ ହଜାର ଟଙ୍କା ରଖାଯାଇଛି । ଗୋଟେ ଦିନରେ ୫ଟି କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ କରାଯାଇପାରିବ । ଏଥିରେ ଆରଏଫଆଇଡି ଟେକ୍ନୋଲଜି ବ୍ୟବହାର କରାଯାଇଥାଏ ।
ଆରବିଆଇ ପକ୍ଷରୁ ବ୍ୟାଙ୍କ ଗୁଡିକୁ କୁହାଯାଇଛି କି ଇଶୁ ଏବଂ ରିଇଶୁ କରିବା ସମୟରେ ଦେଶରେ ଏଟିଏମ ଏବଂ ପିଓଏମ ଟର୍ମିନାଲ୍ସରେ କେବଳ ଡୋମେଷ୍ଟିକ କାର୍ଡସ ଟ୍ରାଞ୍ଜାକ୍ସନର ମଞ୍ଜୁରୀ ଦିଆଯାଉ । ଏବେ ଯେଉଁ ଲୋକମାନେ ବିଦେଶ ଗସ୍ତ କରୁ ନାହାନ୍ତି, ସେମାନଙ୍କ ବ୍ୟାଙ୍କ କାର୍ଡ ଉପରେ ଓଭରସିଜ୍ ଫାସିଲିଟି ମିଳିବ ନାହିଁ । ଏବେ ବ୍ୟାଙ୍କରେ ଆବେଦନ କରିବା ପରେ ହିଁ ଏହି ସେବା ଆରମ୍ଭ ହେବ । ପୂର୍ବରୁ ଏହି ସେବା ପାଇଁ ବ୍ୟାଙ୍କରେ ଆବେଦନ କରିବାକୁ ପଡୁନଥିଲା । ଯଦି ଗ୍ରାହକଙ୍କୁ ବିଦେଶରେ ଟ୍ରାଞ୍ଜାକ୍ସନ, ଅନଲାଇନ୍ ଟ୍ରାଞ୍ଜାକ୍ସନ ତଥା କଣ୍ଟାକ୍ଟଲେସ ଟ୍ରାଞ୍ଜାକ୍ସନର ସେବା ଆବଶ୍ୟକ ତେବେ ସେମାନଙ୍କୁ ଅଲଗା ଭାବେ କାର୍ଡରେ ଏହି ନେବାକୁ ପଡିବ ।