ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯବାନଙ୍କ ଦୀର୍ଘ ଦିନର ଦାବିକୁ ସ୍ୱୀକାର କରି ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶିକୁ ବଢାଇ ୮ ଲକ୍ଷ ଟଙ୍କା କରିବାର ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଆଧିକାରିକ ସୁତ୍ର ଅନୁଯାୟୀ ଏହି ଆର୍ଥିକ ସହଯୋଗ ଯୁଦ୍ଧରେ ସହିଦଙ୍କ ପାଇଁ ସୈନିକ କଲ୍ୟାଣ ନିଧି (ଏବିସିଡବ୍ଲ୍ୟୁଏଫ୍) ହିସାବରେ ଦିଆଯିବ । ଯୁଦ୍ଧରେ ସହିଦ ହେଲେ ଏବଂ ୬୦ ପ୍ରତିଶତରୁ ଅଧିକ ଅପଙ୍ଗଙ୍କ ବ୍ୟତିତ ଅନ୍ୟ ଶ୍ରେଣୀରେ ଆସିଥିବା ଯବାନଙ୍କୁ ଦୁଇ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଇଥାଏ । ଏବେ ଏହି ସହାୟତା ରାଶିକୁ ବୃଦ୍ଧି କରାଯାଇଛି ।
ଏହା ପେନସନ୍, ଯବାନଙ୍କ ସାମୁହିକ ବିମା, ସେନା କଲ୍ୟାଣ ନିଧି ଏବଂ ଅନୁଗ୍ରହ ରାଶି ବ୍ୟତିତ ଏହି ସହାୟକ ଦିଆଯାଇଥାଏ । ଏନେଇ ରକ୍ଷା ମନ୍ତ୍ରାଳୟର ଜଣେ ପ୍ରବକ୍ତା କହିଛନ୍ତି କି ସମସ୍ତ ଶ୍ରେଣୀର ପରିବାରକୁ ଦିଆଯାଉଥିବା ଆର୍ଥିକ ସହାୟତା ଦୁଇ ଲକ୍ଷ ରୁ ବଢାଇ ଆଠ ଲକ୍ଷ ଟଙ୍କା କରାଯାଇଛି ।