ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ୨୦୨୫ ଶୁଦ୍ଧା ଋଷ ଚୁକ୍ତି ଅନୁଯାଇ ସମସ୍ତ ଏସ-୪୦୦ ମିସାଇଲ ଭାରତକୁ ହସ୍ତାନ୍ତର କରିବ । ଏହି ସମ୍ବଦ୍ଧରେ ଋଷର ଡେପୁଟି ଚିଫ ଅଫ ମିଶନ ରୋମାନ ବାବୁଶିକିନ୍ ସୁଚନା ଦେଇଛନ୍ତି ।
ଏସ-୪୦୦ ମିସାଇଲ ପାଇଁ ଭାରତ ଓ ଋଷ ମଧ୍ୟରେ ଚୁକ୍ତି ହୋଇଥିଲା କିନ୍ତୁ ଆମେରିକା ଏହାକୁ ବିରୋଧ କରି ଭାରତକୁ ଏକ ପ୍ରକାର ଧମକ ମଧ୍ୟ ଦେଇଥିଲା ।
ସୁଚନା ଅନୁସାରେ ଯେଉଁ ଦେଶ ଗୁଡିକ ଋଷ ଠାରୁ ଏସ-୪୦୦ ଡିଫେନ୍ସ ମିସାଇଲ କିଣୁଥିଲେ, ଆମେରିକା ସେସବୁ ଦେଶ ଗୁଡିକ ସହିତ ସମ୍ପର୍କ କାଟିଦେଉଥିଲା । କାରଣ ଆମେରିକା ପ୍ରଥମରୁ ହିଁ ମିସାଇଲ କୁ ବିରୋଧ କରି ଆସୁଛି । ସେଥିପାଇଁ ଭାରତ-ଋଷ ଏସ-୪୦୦ ଚୁକ୍ତିରେ ଆମେରିକା ଭାରତକୁ ଋଷ ଠାରୁ ଏସ-୪୦୦ ନକିଣିବା ପାଇଁ ପରାମର୍ଶ ଦେଇଥିଲା । କିନ୍ତୁ ଭାରତ ନିଜ ନିଷ୍ପତି ବଜାୟ ରଖି ଆସନ୍ତା ୨୦୨୫ ଶୁଦ୍ଧା ଏସ-୪୦୦ କୁ ନିଜର କରିବାକୁ ଯାଉଛି ।
ତେବେ ଆସନ୍ତା ମାର୍ଚ୍ଚ ୨୨ରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦିନିଆ ଋଷ ଗସ୍ତରେ ଯିବେ । ଏହି ସମୟରେ ସେ ଋଷ-ଭାରତ-ଚାଇନା ତ୍ରିପାକ୍ଷିକ ବୈଠକରେ ଯୋଗ ଦେବା ସହିତ ଏସ-୪୦୦ ମିସାଇଲ ବିଷୟରେ ଋଷ ସହିତ ଆଲୋଚନା ମଧ୍ୟ କରିବେ ।