ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ସରକାରୀ ସ୍କୁଲ ମାନଙ୍କରେ ଆଉ ଆଞ୍ଚଳିକ ଭାଷାରେ କଥା ହୋଇ ପାରିବେନି ଶିକ୍ଷକ-ଶିକ୍ଷୟତ୍ରୀ । ଏବେ ଇଂରେଜ ଭାଷାରେ କଥା ହେବେ ସରକାରୀ ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରୀ । ସେଥିପାଇଁ ଆମ୍ବେଡକର ବିଶ୍ୱବିଦ୍ୟାଳୟ ଦିଲ୍ଲୀ ର ଇଂରାଜୀ ସେଣ୍ଟର ପକ୍ଷରୁ ଉତ୍ତରପ୍ରଦେଶ,ଝାରଖଣ୍ଡ, ଛତିଶଗଡ,ଦିଲ୍ଲୀ ଏବଂ ମଧ୍ୟପ୍ରଦେଶର ସରକାରୀ ସ୍କୁଲମାନଙ୍କର ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କର ଯେପରି ଇଂରାଜୀ ଭାଷାର ଡର ଦୂର ହେବ, ଇଂରାଜୀରେ କଥା ହେବା, ଇଂରାଜୀରେ ପଢାଇବା ଏବଂ ସ୍କୁଲ ପରିସରରେ ଇଂରାଜୀ ଭାଷା ପ୍ରୟୋଗ କରିବା ପାଇଁ ଟ୍ରେନିଂ ଦିଆଯିବ । ଏହି ସବୁ ରାଜ୍ୟ ଗୁଡିକରେ ଡିସେମ୍ବରରେ ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ । ସବୁଠାରୁ ଖାସ୍ କଥା ବିଶ୍ୱବିଦ୍ୟାଳୟର ଏହି ଇଂରାଜୀ ସେଣ୍ଟରରେ ଆମେରିକାନ୍ ଅମ୍ବାସି ବି ସହଯୋଗ କରୁଛନ୍ତି ।
ଦି ସେଣ୍ଟର ଫର ଈଂଲିଶ ଏଜୁକେଶନ ର ପ୍ରଫେସର ଅମୋଲ ପଡୱାଡଙ୍କ ମୁତାବକ, ଆଜିକା ସମୟରେ ସ୍କୁଲ ଠାରୁ ନେଇ ଉଚ୍ଚ ଶିକ୍ଷା ଏବଂ ଚାକିରୀ କ୍ଷେତ୍ର ଆଦି ମାନଙ୍କରେ ସବୁଠି ଇଂରାଜୀ ଭାଷାର ଆବଶ୍ୟକତା ରହିଛି । ମାତ୍ର ସରକାରୀ ସ୍କୁଲର ଛାତ୍ର-ଛାତ୍ରୀ ମାନେ ସବୁବେଳେ ଇଂରାଜୀ ଭାଷା ପାଇଁ ପଛରେ ରହି ଯାଇଥାନ୍ତି । ସେମାନଙ୍କୁ ଶିକ୍ଷକ-ଶିକ୍ଷୟତ୍ରୀ ମାନେ ବି ଆଞ୍ଚଳିକ ଭାଷାରେ ପାଠ ପଢାଇଥାନ୍ତି । କାରଣ ସେମାନେ ନିଜେ ଇଂରାଜୀ ଭାଷାରେ ଷ୍ଟ୍ରଙ୍ଗ ନଥାନ୍ତି । ସେଥିପାଇଁ ଛାତ୍ର-ଛାତ୍ରୀଙ୍କ ପୂର୍ବରୁ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ପ୍ରଥମେ ଇଂରାଜୀ ଭାଷାର ଟ୍ରେନିଂ ନେବା ଉଚିତ୍ । ସେଥିପାଇଁ ବିଶ୍ୱବିଦ୍ୟାଳୟର ଇଂରାଜୀ ସେଣ୍ଟର ପକ୍ଷରୁ ପାଠ୍ୟକ୍ରମର ଡିଜାଇନ୍ କରାଯାଇଛି । ଏଥିରେ ବେସିକ୍ ଇଂରାଜୀ, ରିସର୍ଚ୍ଚ ପେପର, ରିଡିଙ୍ଗ, ଆକାଡେମିକ ଇଂରାଜୀ ଆଦି ସାମିଲ ରହିବ ।